କେନ୍ଦ୍ରାପଡ଼ା

କେନ୍ଦ୍ରାପଡା ଜିଲାରେ ମାର୍କଫେଡ୍କୁ ଧାନବିକ୍ରି ଦୁର୍ନିତୀ ସଂପର୍କରେ ରାଜନଗର ବିଧାୟକଙ୍କ ପ୍ରେସ୍ ବିବୃତି 

କେନ୍ଦ୍ରାପଡା ୧୫/୧୦(ଲକ୍ଷ୍ମୀକାନ୍ତ ନାୟକ)- ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ଆଜି ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ସାମ୍ବାଦିକମାନଙ୍କୁ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ କେନ୍ଦ୍ରାପଡା ଜିଲାରେ ମାର୍କଫେଡ୍କୁ ଧାନ ବିକ୍ରି ଘଟଣାରେ ବ୍ୟାପକ ଦୁର୍ନିତୀ ହୋଇଥିବା ଏବଂ ସେହି ଦୁର୍ନତୀରେ ତାଙ୍କ (ବିଧାୟକ ଶ୍ରୀ ମହାନ୍ତି) ସଂପର୍କୀୟମାନେ ସଂପୃକ୍ତ ଥିବା ଅଭିଯୋଗର ସ୍ପଷ୍ଟିକରଣ ଦେଇ କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଦୁର୍ନତୀ ସଂପର୍କରେ ଅଭିଯୋଗ କରିବାରୁ ଭିଜିଲାନ୍ସ ପକ୍ଷରୁ ମାର୍କଫେଡ୍କୁ ଧାନବିକ୍ରି ଦୁର୍ନତୀ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଏ ସଂପର୍କରେ ଭିଜିଲାନ୍ସଟିମ୍ ବହୁ ପ୍ରାମାଣିକ ଦସ୍ତାବିଜ୍ ଜବତ କରିଛି । ଏହି ତଦନ୍ତର ପ୍ରକି୍ରୟା ସମ୍ପୁର୍ଣ୍ଣ ହେଲେ ଭିଜିଲାନ୍ସ ରିପୋର୍ଟ ବିଧାନସଭା ଗୃହରେ ଉପସ୍ଥାପିତ ହେବ । ତେଣୁ ବିଜେଡିର ଯେଉଁ ବଡ ନେତା ଧାନକିଣା ଦୁର୍ନତୀରେ ଛନ୍ଦିହୋଇ ପଡିଛନ୍ତି ସେମାନେ ମଧ୍ୟବର୍ତ୍ତୀକାଳୀନ ସିଏଜି ରିପୋର୍ଟର ଆଳ ଦେଖାଇ ନିଜକୁ ଦୁର୍ନତୀମୁକ୍ତ ଓ ସ୍ୱଚ୍ଛ ବୋଲି କହୁଛନ୍ତି । କେନ୍ଦ୍ରାପଡା ବିଜେଡି ଜିଲା ସଭାପତିଙ୍କ ଦସ୍ତଖତ ଥିବା ଭୂତଚାଷୀଙ୍କର ତାଲିକା ବିଭିନ୍ନ ଗଣମାଧ୍ୟମରେ ପ୍ରଶାରିତ ହେବା ସହିତ ବିଧାନସଭା ଗୃହରେ ମଧ୍ୟ ଦାଖଲ ହୋଇଛି । ଯେଉଁଥି ପାଇଁ ତଥାକଥିତ ବିଜେଡି ନେତାମାନେ ଏହି ଦୁର୍ନତୀରୁ ମୁକ୍ତହେବା ସଂପୂର୍ଣ୍ଣ ଅସମ୍ଭବ । ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତରୀ ଡିଣ୍ଡିମ ପିଟୁଥିବା ୧୮ ବର୍ଷର ବିଜେଡି ସରକାର ନିଜର ସ୍ୱଚ୍ଛତା ପ୍ରମାଣକରି ଧାନକିଣା ଦୁର୍ନତୀରେ ସଂପୃକ୍ତଥିବା ନେତାଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ଏହି ପ୍ରେସ୍ ବିବୃତିରେ ସୂଚନା ଦେଇଥିଲେ । ପୁଣି ସେ କହିଥିଲେ ଯେ ତଥାକଥିତ ବିଜେଡି ନେତାମାନଙ୍କ ଦ୍ୱାରା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ପ୍ରେସ୍ନୋଟ୍ରେ ଯେଉଁ ବ୍ୟକ୍ତି ବିଶେଷମାନଙ୍କୁ ତାଙ୍କ ଦାଦା ଖୁଡି ଓ ରକ୍ତ ସଂପର୍କୀୟ ବୋଲି ଦର୍ଶାଯାଇଛି ତାହା ସଂପୂର୍ଣ୍ଣ ଅସତ୍ୟ, ଭିତ୍ତିହୀନ ଓ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ । ମାର୍କଫେଡ୍ର ମ୍ୟାନେଜର ଓ ମିଲରମାନଙ୍କ ମିଳିତ ଚକ୍ରାନ୍ତ ଦ୍ୱାରା ତାଙ୍କ ଉପରକୁ ଯେଉଁ ଅଙ୍ଗୁଳି ନିଦେ୍ର୍ଦଶ କରାଯାଇଛି ତାହା ମଧ୍ୟ ଭିତ୍ତିହୀନ ଓ ରାଜନୈତିକ ଚକ୍ରାନ୍ତର ଅଂଶବିଶେଷ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହାଦ୍ୱାରା ତାଙ୍କର ନିର୍ମଳ ଭାବମୂର୍ତ୍ତୀକୁ କ୍ଷୁର୍ଣ୍ଣ କରିବା ପାଇଁ ହୀନ ଉଦ୍ୟମ କରାଯାଇଥିବାରୁ ସେ ପ୍ରେସ୍ନୋଟ୍ ଦେଇଥିବା ବିଜେଡି ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମେସାନଙ୍କୁ ଓକିଲ ନୋଟିସ୍ ଦେଇଛନ୍ତି । ପୁଣି ଶ୍ରୀ ମହାନ୍ତି କହିଥିଲେ ଯେ ପ୍ରଦେଶ କଂଗ୍ରେସ କମିଟିର ସଭ୍ୟଥିବା ମଳୟ ଦାସଙ୍କ ନାମ ଏହି ପ୍ରେସ୍ନୋଟ୍ରେ ଉଲ୍ଲେଖ ରହିଛି । ଶ୍ରୀ ଦାସ ହେଉଛନ୍ତି ଖଡିଅଣ୍ଟା ସୋସାଇଟ୍ରେ ଜଣେ ପଞ୍ଜିକୃତ ଚାଷୀ ଏବଂ ଧାନ ବିକ୍ରୟ କରିବା ପାଇଁ ତାଙ୍କର ସଂପୂର୍ଣ୍ଣ ଅଧିକାର ରହିଛି । ଧାନ ବିକ୍ରି ସମୟରେ ଯଦି ସେ କୌଣସି ଭୁଲ୍ କରିଥାନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । କିନ୍ତୁ ସେ ସଂପର୍କରେ ତାଙ୍କର କିଛି କହିବାର ନାହିଁ । ଶେଷରେ ସେ କହିଥିଲେ ଯେ ବିଜେଡି ଦଳର ଜଣେ ଜିଲା ପରିଷଦ ସଭ୍ୟ ବଡପଡା ସମବାୟ ସମିତିର ସଭାପତି ଅଛନ୍ତି । ତାଙ୍କ ନାମ ସିଏଜି ରିପୋର୍ଟରେ ପ୍ରକାଶ ପାଇଛି । ତେଣୁ ତାଙ୍କ ବିରୋଧରେ କି ପ୍ରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଜାଣିବା ପାଇଁ ଜନସାଧାରଣ ଅପେକ୍ଷା କରିଛନ୍ତି । କେନ୍ଦ୍ରାପଡା ଜିଲାର ଚାଷୀକୂଳ ଓ ଗରିବ ଖଟିଖିଆଙ୍କର ଅଷ୍ଟ ଉପାର୍ଜିତ ଧାନରୁ ଅର୍ଥ ତୋଷରପାତ କରିଥିବା ବିଜେଡିର ଦୁର୍ନିତୀଗ୍ରସ୍ତ ନେତାମାନଙ୍କୁ ଜନସାଧାରଣ କେବେ କ୍ଷମା ଦେବେନାହିଁ । ଆଗାମୀ ୨୦୧୯ ମସିହା ନିର୍ବାଚନରେ ତାଙ୍କୁ ଉଚିତ୍ ଜବାବ ଦେବେ । ବିଧାୟକ ଶ୍ରୀ ମହାନ୍ତିଙ୍କର ସଂପର୍କୀୟମାନେ ମାର୍କଫେଡ୍କୁ ଧାନ ବିକ୍ରି କରିବା ଘଟଣାରେ ଯେଉଁ ଭଳିଭାବେ ଦୁର୍ନିତୀ କରିଛନ୍ତି ସେହି ଦୁର୍ନିତୀର ତଦନ୍ତ କରାଯିବା ପାଇଁ ବିଜେଡି ଦଳର ୧୦ ଜଣ ନେତା ନିଜନାମ ଓ ପଦବୀ ସହିତ ଗଣମାଧ୍ୟମକୁ ବିବୃତି ଦେଇଛନ୍ତି । ସେମାନଙ୍କର ବିବୃତିରେ କେତେଦୂର ସତ୍ୟତା ଅଛି ଏବଂ ତାହା ୭ ଦିନ ଭିତରେ ଜଣାଇବା ପାଇଁ ଶ୍ରୀ ମହାନ୍ତି ସେମାନଙ୍କୁ ଓକିଲ ନୋଟିସ୍ ଦେଇଛନ୍ତି । ମାର୍କଫେଡ୍କୁ ଧାନ ବିକ୍ରୟ କରି ଦୁର୍ନିତୀରେ ଲିପ୍ତଥିବା ତାଙ୍କ ସଂପର୍କୀୟମାନଙ୍କ ସଂପର୍କରେ ପ୍ରମାଣ ଦେବା ପାଇଁ ସେହି ୧୦ ଜଣ ବିଜେଡି ନେତାଙ୍କୁ ବିଧାୟକ ଶ୍ରୀ ମହାନ୍ତି ୭ ଦିନ ସମୟ ଦେଇଥିଲେ । ସେହି ସମୟ ମଧ୍ୟରେ ଯଦି ସେମାନେ ଏହାର ପ୍ରମାଣ ଦେଇନପାରିବେ ତେବେ ଗଣମାଧ୍ୟମରେ ବିବୃତି ଦେଇଥିବା ୧୦ ଜଣଙ୍କ ବିରୋଧରେ ସେ ୧ କୋଟି ଟଙ୍କାର ମାମଲା ଦାୟର କରିବେ ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top