କେନ୍ଦ୍ରାପଡ଼ା

କେନ୍ଦ୍ରାପଡା ଜିଲାରେ ନିର୍ବାଚନ କାର୍ଯ୍ୟ ସୁପରିଚାଳନାପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, ୨୪/୦୯(ଲକ୍ଷ୍ମୀକାନ୍ତ ନାୟକ)- ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲାପାଳ ଦାଶରଥୀ ଶତପଥୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡା ଜିଲାରେ ଆଗାମୀ ନିର୍ବାଚନ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାଚନ ଅଧିକାରୀ ତଥା ବ୍ଲକ ଉନ୍ନୟନ ଅଧିକାରୀମାନେ ଯୋଗଦାନ କରିଥିଲେ। ଆଲୋଚନା କ୍ରମେ ବିଧାନ ସଭା ନିର୍ବାଚନ ମଣ୍ଡଳୀର ସମ୍ବେଦନଶୀଳ ଓ ଅସମ୍ବେଦନ ଶୀଳ ଭୋଟ ଗ୍ରହଣ କେନ୍ଦ୍ରରେ ନିର୍ବାଚନ ପରିଚାଳନା ନିମନ୍ତେ ଭୋଟ ଗ୍ରହଣ କେନ୍ଦ୍ରକୁ ପୋଲିଂ ଅଧିକାରୀଙ୍କ ଯିବା ରୁଟ·ଟ ବ୍ୟବସ୍ଥା, ବୁଥକେନ୍ଦ୍ରୀୟ ଅଫିସର ସୁପରଭାଇଜରଙ୍କ ମୋବାଇ ନମ୍ବର ସହ ତାଲିକା ପ୍ରଦାନ, ଭୋଟ ଗ୍ରହଣ କେନ୍ଦ୍ରରେ ନିର୍ବାଚନ ପରି·ଳନାପାଇଁ ସମସ୍ତ ସୁବିଧା, ସଂଯୋଗୀ କରଣ ରାସ୍ତା, ରେଲିଙ୍ଗ ସହ ର୍ୟାମ୍ପ ବ୍ୟବସ୍ଥା, ଭୋଟ ଗ୍ରହଣ କେନ୍ଦ୍ରରେ ବିଦ୍ୟୁତ, ପାଇଖାନା, ପାନୀୟଜଳ ବ୍ୟବସ୍ଥା, ଭିନ୍ନକ୍ଷମଙ୍କ ପାଇଁ ସ୍ୱେଚ୍ଛାସେବୀସହ ହୁଇଲ ଚେୟାର, ଭୋଟ ଗ୍ରହଣ କେନ୍ଦ୍ରରେ ସି ସି ଟିଭି ଓ ଇନ୍ଟରନେଟ ମାଧ୍ୟମରେ ଭୋଗ ଗ୍ରହଣ ବ୍ୟବସ୍ଥା ସମ୍ପର୍କରେ ଜିଲାପାଳ ଶ୍ରୀ ଶତପଥୀ ସମୀକ୍ଷା କରିଥିଲେ। ଏଥି ସହିତ କେନ୍ଦ୍ରାପଡା ଜିଲାର ଭୋଟର ତାଲିକା ଅନୁଯାୟୀ ଶତକଡା ୭୭ ପ୍ରତିଶତ ଭୋଟର ଥିବାରୁ ନିର୍ବାଚନ କମିଶନର କେନ୍ଦ୍ରାପଡା ଭୋଟର ତାଲିକା ସମ୍ପର୍କରେ ସନ୍ଦେହ ପ୍ରକଟକରି ମୃତ ଭୋଟର ଓ ଡୁପ୍ଲିକେଟ୍ ଭୋଟରଙ୍କୁ ବାଦ ଦେବାକୁ ଉପସ୍ଥିତ ସହକାରୀ ନିର୍ବାଚନ ଅଧିକାରୀ ତଥା ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଜିଲାପାଳ ପରାମର୍ଶ ଦେଇଥିଲେ। ଉପସ୍ଥିତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇ ୨୦୧୯ ମସିହା ଜାନୁୟାରୀ ପହିଲା ତାରିଖ ସୁଦ୍ଧା ୧୮ବର୍ଷ ହେଉଥିବା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୂକ୍ତପାଇଁ ମହାବିଦ୍ୟାଳୟକୁ ଯାଇଥିବା ବୁଥ ଲେବୁଲ ଅଫିସରଙ୍କ ସହଯୋଗ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ରାଉତ, ଉପଜିଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ସଂଜୟ ମିଶ୍ର, ଭାରପ୍ରାପ୍ତ ନିର୍ବାଚନ ଅଧିକାରୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କ ସମେତ ଜିଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷାମାନେ ଉପସ୍ଥିତରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top