ଓଡ଼ିଶା

କେନ୍ଦ୍ରାପଡା କଳେଜରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପାଇଁ ନବାଗତଙ୍କ ପ୍ରବେଶ ଉତ୍ସବ

କେନ୍ଦ୍ରାପଡା ୧୦ /୯ (ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)- କେନ୍ଦ୍ରାପଡା କଲେଜର ସମ୍ମିଳନୀ ଗୃହରେ ୨୦୧୮ ମସିହା ପାଇଁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ନବାଗତ ଛାତ୍ରମାନଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ କଲେଜ ଅଧ୍ୟକ୍ଷ ପ୍ରଫେସର ବିନ୍ଦୁମିତ୍ର ବଳ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ମୁକ୍ତ ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ୍ର ମର୍ଯ୍ୟାଦା ଏବଂ ଏହା କିପରି ୟୁଜିସିଓ ଓ ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କ ଦ୍ୱାରା ସ୍ୱିକୃତୀପ୍ରାପ୍ତ ହାସଲ କରିହେବ ଏବଂ ପାଠ୍ୟକ୍ରମସବୁ ଉପଯୋଗିତା ଭିତ୍ତିକ ହେବ ବୋଲି କହିଥିଲେ। ପ୍ରଶିକ୍ଷକ ଭାବେ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ସଂଯୋଜକ ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ଦାସ ଏହି ନୂଆ ପାଠ୍ୟକ୍ରମ ଏବଂ ଏହାର କିପରି ପ୍ରଚାର ପ୍ରସାର ହୋଇପାରିବ ଏବଂ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟର ଯେଉଁ ଅଭାବ ଯଥା ଓଡିଆ ମାଧ୍ୟମରେ ଶିକ୍ଷା ଏବଂ ଆବଶ୍ୟକତା ଭିତ୍ତିକ ଏବଂ ଦକ୍ଷତା ଭିତ୍ତିକ ଶିକ୍ଷା ପାଇଁ ଏହା ଉଦ୍ଦିଷ୍ଟ ବୋଲି କହିଥିଲେ। ଡିପ୍ଲୋମା ଓ ଏମ୍.ଏ. କୋର୍ସ ୟୁଜିସିଓ ଦ୍ୱାରା ସ୍ୱିକୃତୀ ବର୍ତ୍ତମାନର ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟର ସଂଯୋଜକ ଶ୍ରୀଧର ସାମଲ ଏହାର ପ୍ରାସଙ୍ଗିକତା, ଉପଯୋଗିତା ଓ ବାସ୍ତବିକତା ଉପରେ ବିଭିନ୍ନ ତଥ୍ୟ ଉପସ୍ଥାପନା କରି ଏଥିପାଇଁ ବୟସ ପ୍ରତିବନ୍ଧକ ନୁହେଁ ବୋଲି କହିଥିଲେ। ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ମୁକ୍ତ ବିଶ୍ୱବିଦ୍ୟାଳୟର ସଂଯୋଜକ ପ୍ରାଧ୍ୟାପକ ତପନ କୁମାର ପତି। ଉପଦେଷ୍ଟା ଭାବେ ପରାମର୍ଶ ଦେଇଥିଲେ ଅଧ୍ୟାପକ ଆଲୋକ ଚନ୍ଦ୍ର ରାୟ ଓ ଅଧ୍ୟାପକ ତୁଷାରକାନ୍ତ ଭୂୟାଁ। ଏହି ଉତ୍ସବକୁ ପରିଚାଳନା କରିଥିଲେ ଅଧ୍ୟାପକ ରଂଜିତ କୁମାର ଦାସ, ପବିତ୍ର କୁମାର ବେହେରା, ପ୍ରମୋଦ ବେହେରା ଓ ସଂଜୟ କୁମାର ସ୍ୱାଇଁ। ଶେଷରେ କୁମାର ଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top