କେନ୍ଦ୍ରାପଡା କଲେଜ ଜାତୀୟ ସେବା ଯୋଜନା ପକ୍ଷରୁ ସଚେତନତ।

କେନ୍ଦ୍ରାପଡା ୨୦/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଶରୀର ଓ ଅଙ୍ଗଦାନ ସମ୍ପର୍କରେ ଏକ ସଚେତନତା ଶିବିର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଉପାଧ୍ୟକ୍ଷ ପ୍ରାଧ୍ୟାପକ ବିନ୍ଦୁମିତ୍ର ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା ଶିବିରରେ ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ଡଃ ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶରୀର ଓ ଅଙ୍ଗଦାନ ଦ୍ୱାରା ସମାଜରେ ଭିନ୍ନକ୍ଷମ ମାନଙ୍କୁ ଏକ ନୂତନ ଜୀବନ ଦେବାରେ ଏହା ସହାୟକ ହୋଇଥାଏ ବୋଲି କହିବା ସହିତ ଏଭଳି ଏକ ନୂତନ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଉକôଳ ବିଶ୍ୱ ବିଦ୍ୟାଳୟ ଜାତୀୟ ସେବା ଯୋଜନାର ସଂଯୋଜକ ଡଃ ମନୋରଞ୍ଜନ ମହାନ୍ତି ଏଥିରେ ଯୋଗଦେଇ ଅଙ୍ଗଦାନ ଏକ ମହତ ଦାନ ହୋଇଥିବାରୁ ସମସ୍ତେ ଏଥି ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଥିଲେ । ଅଧ୍ୟାପକ ଡଃ ଶ୍ରୀଧର ସାମଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଡଃ ଗୈାର ପ୍ରସାଦ ସଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର (ବାଳିକା)ପ୍ରୋଗ୍ରାମ ଅଫିସର ପ୍ରାଧ୍ୟାପିକା ନମିତା ପାତ୍ର,ଜିଲ୍ଲା ସଂଯୋଜକ ଶୀଶିର କୁମାର ମହାପାତ୍ର,ଛାତ୍ର ସଂସଦ ସଭାପତି ଚିତ୍ତରଞ୍ଜନ ଦାସଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଏହି ଶିବିରରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *