କେନ୍ଦ୍ରାପଡା କଲେଜ ଅର୍ଥନୀତି ବିଭାଗ ପୁରାତନଛାତ୍ର ସଙ୍ଘର ଦ୍ୱିତୀୟ ଅଧିବେଶନ

କେନ୍ଦ୍ରାପଡା ୨୭/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ପୁରାତନ ଛାତ୍ରସଙ୍ଘର ଦ୍ୱିତୀୟ ଅଧିବେଶନ ଆଜି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ଅନ୍ନପୂର୍ଣ୍ଣା ସୁଆରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ଓଡିଶାର ଖ୍ୟାତନାମା ଅର୍ଥନୀତିଜ୍ଞ ତଥା ପୂର୍ବତନ ରାଜ୍ୟ ଅର୍ଥ ଆୟୋଗର ଅଧ୍ୟକ୍ଷ ଅଧୁନା ଭୂବନେଶ୍ୱର ବିରଳା ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ଡଃ ସୁଧାକର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଆଜିଭଳି ଦିନରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନେ ଏହି କଲେଜରେ ବିତାଇଥିବା ତାଙ୍କର ସେହି ସ୍ୱର୍ଣ୍ଣମୟ ଅତିତକୁ ମନେପକାଉଥିବେ । ସେତେବେଳର ଅଧ୍ୟାପକ ମାନେ ମଧ୍ୟ ସମ୍ମୁଖିନ ହୋଇଥିବା ଅସୁବିଧା ଆଜି ଆଉ ନଥିବ । କିନ୍ତୁ ସେହି ଅଧ୍ୟାପକ ଓ ଅଧ୍ୟକ୍ଷ ମାନଙ୍କ ହାତରେ ଗଢାହୋଇଥିବା ସେହି କଲେଜଟି ଆଜି ଅନେକ ଉନ୍ନତି କରିଛି ଏବଂ ଏହି କଲେଜର ଛାତ୍ରଛାତ୍ରୀମାନେ ଆଜି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ସେହି ପୁରାତନ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ଏହି ଖ୍ୟାତିସମ୍ପନ୍ନ କଲେଜ ଆଗକୁ ଆହୁରି ବଢିବା ସହିତ ଏହା ଏକ ବିଶ୍ୱ ବିଦ୍ୟାଳୟରେ ପରିଣତ ହେବା ପାଇଁ ସମସ୍ତ ଆନୁସଙ୍ଗିକ ଭିତିଭୂମି ରହିଥିବାରୁ ଭବିଷ୍ୟତରେ ଏହି ସୁଯୋଗ ଆସିପାରେ ବୋଲି କହିଥିଲେ । ଏହି ଅଧିବେଶନରେ କଲେଜ ଅଧ୍ୟକ୍ଷା ଡଃ ସଂଯୁକ୍ତା ଦାସ,ଉପାଧ୍ୟକ୍ଷ ବିନ୍ଦୁମିତ୍ର ବଳ,ବରିଷ୍ଠ ପ୍ରାଧ୍ୟାପକ ଜ୍ଞାନିନ୍ଦ୍ର ଦାଶ,ଅଧ୍ୟାପିକା ଦିପ୍ତି ରାୟ,ଅଧ୍ୟାପିକା ତପସ୍ୱିନୀ ନାୟକ ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରିଥିବା ବେଳ ପୁରାତନ ଛାତ୍ର ପ୍ରବୀର କୁମାର ସାମଲ,ଦେବାଶିଷ ସାହୁ,ଶୁଭକାନ୍ତ ନାଥ,ଆଶୁତୋଷ ଦାସ,ପୁରାତନ ଛାତ୍ରୀ ପୁନମବିମଳ ପଣ୍ଡା ଓ ଏମ.ଏସ.ଏମ.ଇ ବିଭାଗର ଡେପୁଟି ଡାଇରେକ୍ଟର ପ୍ରଜ୍ଞାସ୍ମିତା ସାହୁ ପ୍ରମୁଖ ନିଜ ନିଜର ଅନୁଭୁତି ବର୍ଣ୍ଣନା କରିଥିଲେ । ଏହି ଅବସରରେ କଲେଜର ପ୍ରାକ୍ତନ ଅଧ୍ୟକ୍ଷ,ଉପାଧ୍ୟକ୍ଷ,ଅଧ୍ୟାପକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *