ତିନିମୁହାଁଣି ଛକରେ ଦୁଇଘଂଟା ଧରି ଟ୍ରାଫିକ ଜାମ

କେନ୍ଦ୍ରାପଡା ୨୯/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସହରର ତିନିମୁହାଁଣି ଛକରେ ବୁଧବାର ଦିନ ପ୍ରାୟ ସାଢେ ଦଶଟା ସମୟରେ ଦୁଇଘଂଟା ଧରି ଟ୍ରାଫିକ ଜାମହୋଇ ରହିଥିଲା । କଟକ – ଚାନ୍ଦବାଲି ରାସ୍ତାର ଉଭୟ କେନ୍ଦ୍ରାପଡା କଲେଜ ଓ ଗୁଲନଗର ପଟୁ ଶହ ଶହ ଗାଡି ରାସ୍ତା ଉପରେ ଅଟକି ରହିଥିବା ବେଳେ ଅର୍ବାନ ବ୍ୟାଙ୍କ ପଟରୁ ମଧ୍ୟ ଶହ ଶହ ଗାଡି ରାସ୍ତା ଉପରେ ଅଟକି ରହିଥିଲା । ଦୀର୍ଘ ସମୟ ଧରି ପ୍ରବଳ ଖରାରେ ବାଇକ ଆରୋହିମାନେ ଅସହାୟ ଭାବରେ ଅଟକି ରହିଥିଲେ । ଶେଷରେ ଖବର ପାଇ ନୂତନ ଟାଉନ ଥାନା ଅଧିକାରୀ ତପନ କୁମାର ନାୟକ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଁଚିବା ପରେ ଟ୍ରାଫିକ ନିୟନ୍ତ୍ରଣ କରାଯାଇ ରାସ୍ତା ଜାମ ହଟାଯାଇଥିଲା ।

Leave a Reply

Your email address will not be published. Required fields are marked *