ଓଡ଼ିଶା

କେନ୍ଦ୍ରାପଡାର ପରିଚୟ କହିଲେ ସିଦ୍ଧ ବଳଦେବଜୀଉ ଓ କେନ୍ଦ୍ରାପଡା କଲେଜକୁ ବୁଝାଏ

କେନ୍ଦ୍ରାପଡା ୧୮/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ନାଟ୍ୟ ସଂସଦର ବାର୍ଷିକ ଉସôବ ଉଦଘାଟିତ ହୋଇଯାଇଛି । ମହିବିଦ୍ୟାଳୟର ଅଧ୍ୟକ୍ଷା ଡଃ ସଂଯୁକ୍ତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉସôବରେ ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉସôବକୁ ଉଦଘାଟନ କରି କହିଥିଲେ ଯେ ପ୍ରସ୍ତୁତି ଯେତେବେଳେ ସୁଯୋଗ ସହିତ ହାତମିଳାଏ ସେତେବେଳେ ଭାଗ୍ୟର ଉଦୟ ହୁଏ ବୋଲି କହିବା ସହିତ ଜୀବନର ଚଲାବାଟରେ ଚାଲିଗଲା ବେଳେ ଆମେ କେତେ ଝୁଣ୍ଟି ପଡିଲେ ଓ ପୁଣି ଉଠିପଡି ଠିକ ବାଟରେ ଚାଲିଲେ ତାହାହିଁ ହେଉଛି ସଫଳତା ବୋଲି ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡା ସଚେତନ ନାଗରିକ ମଂଚର ସାଧାରଣ ସମ୍ପାଦକ ଇଂ ସୈାମ୍ୟରଞ୍ଜନ ବିଶ୍ୱାଳ ଉସôବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ରାପଡାର ପରିଚୟ କହିଲେ ସିଦ୍ଧ ବଳଦେବଜୀଉ ଓ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବୁଝାଏ ବୋଲି କହିଥିଲେ । ଏଥିସହିତ ଶ୍ରୀ ବିଶ୍ୱାଳ କଲେଜର ଛାତ୍ରଛାତ୍ରୀଙ୍କୁ ଏକ ସୁନ୍ଦର ଓ ଉଜ୍ଜଳମୟ ଭବିଷ୍ୟତ ଗଠନ ପାଇଁ ପରାମର୍ଶ ଦେବା ଅବସରରେ ସମସ୍ତେ ନିଜର ପିତାମାତା ଓ ଶିକ୍ଷକଙ୍କୁ ଭକ୍ତି କରିବା ସହିତ ନିଜ ଜନ୍ମମାଟିକୁ କେଭେବି ନଭୁଲିବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷା ଡଃ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ର ସଂସଦର ଉପଦେଷ୍ଟା ଅଧ୍ୟାପକ ରାମଚନ୍ଦ୍ର ପାତ୍ର ଅତିଥି ପରିଚୟ ଏବଂ ନାଟ୍ୟ ସଂସଦର ଉପସଭାପତି କ୍ୟାପଟେନ ମନୋରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କଲେଜ ଉପାଧ୍ୟକ୍ଷ ପ୍ରାଧ୍ୟାପକ ବିନ୍ଦୁମିତ୍ର ବଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ କ୍ୟାପଟେନ ସୀମା ମହାନ୍ତି ଉସôବକୁ ସଂଯୋଜନା କରିଥିଲେ । ନାଟ୍ୟ ସଂସଦର ସମ୍ପାଦକ ବ୍ରଜେନ୍ଦୁ ମିଶ୍ର ବୀବରଣୀ ପାଠ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top