କେନ୍ଦ୍ରାପଡ଼ା

କେନ୍ଦ୍ରାପଡାରେ ବିରାଟ ସାଇକେଲ ଶୋଭାଯାତ୍ରା

କେନ୍ଦ୍ରାପଡା ୨୧/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସହରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଯୁବକ ମାନଙ୍କୁ ନେଇ ଏକ ଇନ୍ଧନ ସଂରକ୍ଷଣ(ପେଟ୍ରୋଲିୟମଗ୍ୟାସ) ଓ ପରିବେଷ ସୁରକ୍ଷା ଜନିତ ସାମାଜିକ ସଚେତନତା ପାଇଁ ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ଓ ନ୍ୟାସନାଲ ୟୁଥ କୋଅପରେଟିଭ ସୋସାଇଟିର ମିଳିତ ଆନୁକୁଲ୍ୟରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ସହରର ପୁରୁଣା ବସଷ୍ଟାଣ୍ଡଠାରୁ ଏହି ଶୋଭାଯାତ୍ରା ବାହାରି ତିନିମୁହାଣିରେ ପହଁଚିବାପରେ ସେଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ପାରାଦିପ ପୋର୍ଟ ଟ୍ରଷ୍ଟର ଟ୍ରଷ୍ଟି ଭୂବନମୋହନ ଜେନା ମୁଖ୍ୟ ଅତିଥି, ବିଜେପି ଜିଲ୍ଲା ସମ୍ପାଦକ ସତ୍ୟନାରାୟଣ ଜେନା, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଦିଲ୍ଲିପ ଦାସ, ଗେଲ ଅଧିକାରୀ ଗଦାଧର ଖଣ୍ଡପାଣି, ବିଷ୍ଣୁ ପ୍ରସାଦ ପଣ୍ଡା, ସାନ୍ତନୁ କୁମାର ପଣ୍ଡା, ଏନ.ୱାଇସିଏସର ରାଜ୍ୟ ସଂଯୋଜକ ରବିନ୍ଦ୍ର ପ୍ରସାଦ ଦାସ, ପ୍ରସନ୍ନ କୁମାର ହୋତା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ପତି, ପ୍ରଭାତରଞ୍ଜନ ସ୍ୱାଇଁ, ବିଜେପି ଯୁବମୋର୍ଚ୍ଚା ସାଦାରଣ ସମ୍ପାଦକ ଲଲାଟ କେଶରୀ ସାମଲ, କ୍ଷତିଭୂଷଣ ସିଂହ, ଭବାନି ଶେଖର ସ୍ୱାଇଁ, ଅବିନାଶ ଦାସ, ଏନ.ୱାଇସିଏସର ଜିଲ୍ଲା ସଂଯୋଜକ ଶଶାଙ୍କ ଶେଖର ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top