କେନ୍ଦ୍ରାପଡାରେ ବଜରଙ୍ଗ ଦଳ ପକ୍ଷରୁ ବିଶାଳ ଶୋଭାଯାତ୍ରା

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡିଆ ନବବର୍ଷ ଉପଲକ୍ଷେ କେନ୍ଦ୍ରାପଡା ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା ସହରର ଇଚ୍ଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମାଉସି ମା’ ମନ୍ଦିର ନିକଟରୁ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ବାହାରି କେନ୍ଦ୍ରାପଡା ସହରର ମୁଖ୍ୟରାସ୍ତାରେ କେଶପୁର ବଜାର, ସାନ୍ତସାହି, ବଳଗଣ୍ଡି ବଜାର, ପୁରୁଣା ବସ୍ଷ୍ଟାଣ୍ଡ, ବଡହାଟ, ନୂଆବସ୍ଷ୍ଟାଣ୍ଡ ଦେଇ ତିନିମୁହାଣି ଛକସ୍ଥିତ ଶ୍ରୀାରାମ ମନ୍ଦିର ପରିସରରେ ପହଁଚିଥିଲା । ଏଥିରେ ବିଶ୍ୱହିନ୍ଦୁ ପରିଷଦର କ୍ଷେତ୍ରୀୟ ସଙ୍ଗଠନ ମନ୍ତ୍ରୀ ଆନନ୍ଦଜୀ ପାଣ୍ଡେ, ସେବା ପ୍ରମୁଖ ହରିଶ୍ ପ୍ରଧାନ,ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ମାନସ ମହାନ୍ତି, ରାଜ୍ୟ ସୁରକ୍ଷା ପ୍ରମୁଖ ହିମାଂଶୁ ଭୂଷଣ ଦାସ,ରାଜ୍ୟ ସାପ୍ତାହିକ ମିଳନ ପ୍ରମୁଖ ରାଜକିଶୋର ନାୟକ ଅତିଥିଭାବେ ଯୋଗଦେଇଥିଲେ । ଏହି ଶୋଭାଯାତ୍ରାକୁ ଜିଲା ବଜରଙ୍ଗ ଦଳର ସଂଯୋଜକ ଅକ୍ଷୟ କୁମାର ସେନାପତି ଏବଂ ଧର୍ମ ଜାଗରଣ ସମନ୍ୱୟ ସମିତିର ସଂଯୋଜକ ବିବେକାନନ୍ଦ ମହାରଣା ପରି·ଳନା କରିଥିଲେ । ହିନ୍ଦୁ ଏକତା ପାଇଁ ଆୟୋଜିତ ଏହି ଶୋଭାଯାତ୍ରାରେ ଧର୍ମରକ୍ଷା ସେନା ପୂର୍ବପ୍ରାନ୍ତ ପ୍ରମୁଖ ଉମେଶ ଦାସ, ବିଶ୍ୱ ହିନ୍ଦୁ ପରିଷଦର ବାନାମ୍ବର ସାହୁ, ଗୋପିନାଥ ତ୍ରିପାଠୀ, ବିରେନ୍ଦ୍ର ସାମଲ, ଧର୍ମ ରକ୍ଷା ସେନାର ପୁଲକ ପାଣ୍ଡବ, ଜୟଦେବ ପରିଡା,ଶଶାଙ୍କ ଜେନା, ମାଧବଚନ୍ଦ୍ର ପ୍ରଧାନ, ବିଏମ୍ଏସ୍ର ପ୍ରଭାତ କୁମାର ପାଣି, ଆଶିଷ ପାଣି, ପ୍ରମୋଦ ମହାନ୍ତି,ବଜରଙ୍ଗ ଦଳର ସରୋଜ ଦାସ, ସଞ୍ଜୟ ଓଝା, ସତ୍ୟପ୍ରିୟ ଜେନା, କାଳି ପ୍ରସାଦ ମଣ୍ଡଳ, ମାନସ ସାମଲ, ହେମନ୍ତ ପରିଡା, ଲୋକନାଥ ଦାସ, ସୁକୁମାର ଚୌଧୁରୀ, ଦେବେନ୍ଦ୍ର ଜେନା, ରମେଶ ସେଠୀ, ନରେଶ ସେଠୀ, ଗୁଡୁ ସିଂ ପ୍ରମୁଖ ପ୍ରାୟ ଏକ ହଜାରରୁ ଉଦ୍ଧ୍ୱର୍ ଯୁବକ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ କେନ୍ଦ୍ରାଞ୍ଚଳ ପୋଲିସ ଆଇ.ଜି.ସୈାମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କ ଉପସ୍ଥିତିରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡା ଏସ.ଡି.ପି.ଓ.ରାଜିବଲୋଚନ ପଣ୍ଡା,ପଟ୍ଟାମୁଣ୍ଡାଇ ଏସ.ଡି.ପି.ଓ. ଉମାଶଙ୍କର ମହାରଣା,୪ଜଣ ଡି.ଏସ.ପି.,ଟାଉନ ଥାନା ଅଧିକାରୀ ତପନ କୁମାର ନାୟକଙ୍କ ସମେତ ୮ଜଣ ଇନିସପେକ୍ଟର ଓ ଏକ କମ୍ପାନୀ ରାପିଡ ଆକ୍ସନ ଫୋର୍ସଙ୍କ ସମେତ ୮ପ୍ଲାଟୁନ ପୋଲିସ ଫୋର୍ସ ସହରର ବିଭିନ୍ନ ସ୍ଥାନରେ ମୃତୟନ ହୋଇଥିଲେ ବୋଲି ଅତିରିକ୍ତ ଏସପି ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *