କେନ୍ଦ୍ରାପଡାରେ କଂଗ୍ରେସର ବନ୍ଦ କମ୍ୟୁନିଷ୍ଟର ହରତାଳ

କେନ୍ଦ୍ରାପଡା ୧୦ /୯ (ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)- ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଜାତୀୟ କଂଗ୍ରେସ ଡାକରାରେ ଆଜି ଭାରତ ବନ୍ଦ କରାଯାଇଥିବା ବେଳେ ଏହାର ପ୍ରଭାବ କେନ୍ଦ୍ରାପଡା ସହର ତଥା ଜିଲ୍ଲା ଉପରେ ପଡିଛି। ସ୍ୱତପୂତ୍ତଭାବେ ଗାଡି ମୋଟର ଦୋକାନ ବଜାର ବନ୍ଦ ହୋଇଯାଇଥିବା ବେଳେ ଜନ ସାଧାରଣଙ୍କ କାରବାର ବନ୍ଦ ହୋଇଯାଇଥିଲା। ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭାରତ ବନ୍ଦ ପାଳନ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ କେନ୍ଦ୍ରାପଡା ସହରରେ କଂଗ୍ରେସ ଏକ ବାଇକ ର୍ୟାଲି ମାଧ୍ୟମରେ ବନ୍ଦକୁ ସଫଳ କରିବାକୁ ଜନ ସାଧାରଣଙ୍କୁ ସଚେତନ କରାଇଥିଲେ। ଆଜି ସକାଳ ୮ଟା ସମୟରେ ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ବେହୁରା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ପ୍ରଫୁଲ୍ଲ ଦାସ, ଶରତ ବେହୁରା, ସଂଜୟ ରାଉତ, ସୌମେନ୍ଦ୍ର ପୃଷ୍ଟି, ଆକବର ଅଲ୍ଲୀ, ମୁକ୍ତାର ଖାଁ, ଫକିର ଖଟୁଆ, ଭାଗିରଥି ଜେନା, ବିଧୁଭୂଷଣ ମହାପାତ୍ର, ସମ୍ବିତ ଶ୍ରୀଚନ୍ଦନ, ଶିବ ପ୍ରସାଦ ବିଶ୍ୱାଳ, ସେକ୍ ମୁର୍ସିଦ, କମଳାକାନ୍ତ ବେହେରା ପ୍ରମୁଖ କଂଗ୍ରେସ କର୍ମୀ ସହର ପରିକ୍ରମା କରି ଯେଉଁ ଦୋକାନ ଏବଂ କାର୍ଯ୍ୟାଳୟ ଖୋଲାଥିଲା ତାହାକୁ ବନ୍ଦ କରାଇଥିଲେ। ସେହିପରି କେନ୍ଦ୍ର ମତ୍ସ୍ୟ କଂଗ୍ରେସ ସଦସ୍ୟ ହଳଧର ସେଠୀ, କ୍ଷୀରୋଦ କୁମାର ବେହେରା, ଛାତ୍ର କଂଗ୍ରେସ ସଦସ୍ୟ ଉମେଶ ପାଢୀ, ରବିନ୍ଦ୍ର ଗୋଛାୟତ ତିନିମୁହାଣୀଠାରେ ବନ୍ଦ ପାଳନରେ ସହାୟତା କରିଥିଲେ। ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ ସ୍ୱତପୂତ୍ତ ଭାବେ ବନ୍ଦ ହୋଇଯାଇଥିଲା। ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସିଥିବା ବେଳେ ଅନ୍ୟ କୋଣସି କର୍ମ·ରୀ ଆସିନଥିଲେ। ଆଜିର ଭାରତ ବନ୍ଦ ସୂଚନାପାଇ ପ୍ରାୟ ସମସ୍ତ କାର୍ଯ୍ୟାଳୟର ମୁଖିଆମାନେ କାର୍ଯ୍ୟାଳୟକୁ ଆସିନଥିବାବେଳେ ହାତ ଗଣତି ଦୁଇ ତିନିଜନ କର୍ମ·ରୀ କାର୍ଯ୍ୟାଳୟକୁ ଆସି ୧୧ଟାରେ କାର୍ଯ୍ୟାଳୟକୁ ବନ୍ଦ କରି ପଳାଇଯାଇଥିଲେ। ଏପରି ଅବସ୍ଥା ବିଭିନ୍ନ ଯନ୍ତ୍ରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା। କେନ୍ଦ୍ରାପଡା ସହର ଶୂନଶାନ ହୋଇଯାଇଥିଲା। ସେହିପରି ଏହାର ପ୍ରଭାବ ଗ୍ରାମାଞ୍ଚଳ ବଜାର ମାନଙ୍କ ଉପରେ ପଡିଥିବାର ପରିଲିଖିତ ହୋଇଥିଲା। ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧିକୁ ବିରୋଧକରି ଜନ ସାଧାରଣ ଭାରତ ବନ୍ଦକୁ କେନ୍ଦ୍ରାପଡାରେ ସମର୍ଥନ କରିଥିଲେ। ସିପିଆଇଏମର ଗୟାଧର ଧଳ, ଉମେଶ ସିଂହ ସିପିଆଇ ରମଣି ରଂଜନ ରାଉତରାୟ, ବାବାଜୀ ଧଳଙ୍କ ନେତୃତ୍ୱରେ ସହରରେ ହରତାଳ କରି ପ୍ରତିବାଦ କରିଥିଲେ।

Leave a Reply

Your email address will not be published. Required fields are marked *