କେନ୍ଦ୍ରାପଡ଼ାରେ କାରଗିଲ୍‍ ବିଜୟ ଦିବସ ଉତ୍ସବ: ଯୁଦ୍ଧବୀରଙ୍କୁ ସମ୍ୱର୍ଧିତ କଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା, ୨୬/୭ (ଓଡ଼ିଆ ପୁଅ) : ଏକ ସ୍ୱତନ୍ତ୍ର ଉତ୍ସବରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରେଘୁ.ଜି କାରଗିଲ୍‍ଯୁଦ୍ଧ ଓ ଅନ୍ୟାନ୍ୟ ଯୁଦ୍ଧ ଲଢ଼ିଥିବା ବୀର ସୈନିକମାନଙ୍କୁ ସମ୍ୱର୍ଧିତ କରିଛନ୍ତି। ପୂର୍ବତନ ସୈନିକ ସଂଘ ପକ୍ଷରୁ ପୌରପାଳିକା କମ୍ୟୁନିଟି ସେଣ୍ଟର୍‍ରେ ଆୟୋଜିତ କାର୍ଯ୍ୟକ୍ରମରେ କାରଗିଲ ଯୁଦ୍ଧ ଲଢ଼ିଥିବା ମହାକାଳପଡ଼ା ରାମନଗରର ପବିତ୍ର ପ୍ରସାଦ ମଲ୍ଲ, ଚାନ୍ଦୋଳର ଅମର କୁମାର ମହାପାତ୍ର, ନାନକାରର ରବୀନ୍ଦ୍ରନାଥ ସାହୁଙ୍କ ସମେତ ଶ୍ରୀଲଙ୍କାକୁ ଯାଇଥିବା ଭାରତୀୟ ଶାନ୍ତିସେନାର ସଦସ୍ୟ ତଥା ବର୍ତ୍ତମାନର ପଟ୍ଟାମୁଣ୍ଡାଇ ବିଡିଓ ପବିତ୍ର ମୋହନ କାନୁନଗୋ ଓ ତିନିଟି ଯୁଦ୍ଧ ଲଢ଼ିଥିବା ୮୪ବର୍ଷୀୟ ଭେଟେରାନ୍‍ସୈନିକ କ୍ୟାପଟେନ୍‍ଭିକାରି ଚରଣ ମହାନ୍ତିଙ୍କୁ ଜିଲ୍ଲାପାଳ ସମ୍ୱର୍ଧିତ କରିଥିଲେ। ସଂଘର ସଭାପତି ଅଭୟ ପ୍ରସାଦ ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ କାରଗିଲ ଯୁଦ୍ଧର କାରଣ ଓ ଏହାକୁ ନେଇ ପାକିସ୍ଥାନ ସହ ସୃଷ୍ଟି ହୋଇଥିବା କଟୁ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଇଂଜିନିୟର ସିଦ୍ଧାର୍ଥ ସ୍ୱରୂପ ଦାଶ, ଓକିଲ ସଂଘ ସଭାପତି ଦେବଦାସ ମହାନ୍ତି, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଡାକ୍ତର ଅଲେଖ ଦାସ, ପ୍ରାଧ୍ୟାପକ ଅଜୟ ରାଉତ, ସାହିତ୍ୟିକା ଅନ୍ନପୂର୍ଣ୍ଣା ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷ ଧୀରେନ୍‍ସାହୁ ଓ ଶିକ୍ଷାବିତ୍‍ଭଜକୃଷ୍ଣ ରାଉତ ପ୍ରମୁଖ ଯୋଗଦେଇ ସୈନିକ ଓ ପୂର୍ବତନ ସୈନିକମାନଙ୍କୁ ସବୁ କ୍ଷେତ୍ରରେ ସୁବିଧା ପ୍ରଦାନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଅଜୟ ସାମଲ, ତୁଳସୀ ନର୍ସିଂ ସ୍କୁଲ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ପଟ୍ଟନାୟକ, ସାମ୍ୱାଦିକ ପରୀକ୍ଷିତ ପାତ୍ର, ଅମରବର ବିଶ୍ୱାଳ, ନର୍ସିଂ ଛାତ୍ରୀ ଲିପ୍‍ସା ସାମଲ, ବର୍ଷାରାଣୀ ପାହିଲ ଓ ଶୁଭଲକ୍ଷ୍ମୀ ସ୍ୱାଇଁ ପ୍ରମୁଖ କାରଗିଲ ଯୁଦ୍ଧ ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ତୁଳସୀ ସ୍କୁଲ ଫର୍‍ନର୍ସିଂ ଏଜୁକେସନ୍‍, ଆଇଡିଆଲ୍‍ପବ୍ଲିକ୍‍ସ୍କୁଲ, ଶିବାନନ୍ଦ ବିଦ୍ୟା ମନ୍ଦିର ଓ ନେତାଜୀ ମଡେଲ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ସ୍କୁଲ୍‍ଅଧ୍ୟକ୍ଷ ବାବାଜି ଚରଣ ମୁଦୁଲି, ଅଜୟ କୁମାର ପୃଷ୍ଟି, ନର୍ସିଂ ସ୍କୁଲ ନିର୍ଦେଶକ ସୁଖଦା ପ୍ରସାଦ ତ୍ରିପାଠୀ, ପ୍ରଦୀପ କୁମାର ମହାନ୍ତି, ମୁକ୍ତାର ଖାଁ, ସମାଜସେବୀ ଗୁରୁପ୍ରସାଦ ପାଣି, ମନୋଜ ଦାସ, ଅଧ୍ୟାପକ ଜ୍ୟୋତିର୍ମୟ ଦାଶ, ସୟଦ୍‍ଅବଦୁଲ ସତ୍ତାର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସଂଘ ପକ୍ଷରୁ ସଂପାଦକ ମହେଶ୍ୱର କର ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଜିଲ୍ଲାପାଳଙ୍କୁ ସମ୍ୱର୍ଧିତ କରିଥିଲେ। ଭାବଗ୍ରାହୀ କଳା ନିକେତନର କଳାକାରମାନେ ବିମଳ ପ୍ରସାଦ ପରିଡ଼ାଙ୍କ ନେତୃତ୍ୱରେ ସଂଗୀତ ପରିବେଷଣ କରିଥିବା ବେଳେ ଜିଲ୍ଲାପାଳ ସେମାନଙ୍କୁ ସମ୍ୱର୍ଧିତ କରିଥିଲେ। ସୈନିକ ସଂଘ ପକ୍ଷରୁ ସଚ୍ଚିକାନ୍ତ ନାଥ ମଞ୍ଚ ପରିଚାଳନା କରିଥିବା ବେଳେ ଧରିତତ୍ରୀ ପାଣିଗ୍ରାହୀ, ଉପଦେଷ୍ଟା କୃଷ୍ଣଚନ୍ଦ୍ର ରାଉତ, ବରିଷ୍ଠ ଉପ-ସଭାପତି ହରିହର ସାମଲ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସ୍ୱାଇଁ, କ୍ୟାପଟେନ୍‍ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ସାହୁ, ବୀରବର ପାତ୍ର, ସନାତନ ସାହୁ, ଅମୂଲ୍ୟ ବାରିକ, ବିକଳି ସାହୁ, ପ୍ରଫୁଲ୍ଲ କୁମାର ସ୍ୱାଇଁ, କିଶୋର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *