ଜିଲ୍ଲା ପରିକ୍ରମା

ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦରେ ବିଜେଡି ଦଳ ପକ୍ଷରୁ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ବିକ୍ଷୋଭ

ମାଲକାନଗିରି, ୮ା୯ (ଓଡିଆ ପୁଅ ) କେନ୍ଦ୍ରର ସରକାରଙ୍କର ତୈଳମନ୍ତ୍ରାଳୟର ତୃଟି ପୂର୍ଣ୍ଣ ନିଷ୍ପତ୍ତି ଜନ ବିରୋଧି ମନୋଭାବ ଚରମ ଉଦାସୀନତା ଓ ପେଟ୍ରୋଲ, ଡେଜେଲ ଦରବୃଦ୍ଧି ପ୍ରତିବାଦରେ ଆଜି ମାଲକାନଗିରି ଜିଲ୍ଲା ବିଜେଡି ଦଳ ପକ୍ଷରୁ ସହରରେ ଶୋଭାଯାତ୍ରା କରି ପେଟ୍ରୋଲ ପମ୍ପ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଜନ ଆନ୍ଦୋଳନ କରିଛନ୍ତି। ପୈାରପରିଷଦ କାର୍ଯ୍ୟାଳୟଠାରୁ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାସଦର ମହକୁମାଠାରେ ଥିବା ବିଭିନ୍ନ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଦିନ ୯ଟା ଠାରୁ ୧୨ଟା ପର୍ଯ୍ୟନ୍ତ ଶାନ୍ତିପୁର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କ ଏହି ଜନବିରୋଧିର ନାରାଦେଇ ଗତ ୪ ବର୍ଷ ମଧ୍ୟରେ ୧୨ ଥର ପେଟ୍ରୋଲ, ଡେଜେଲ ଦର ବୃଦ୍ଧିପାଇଛି, ଜନତାଙ୍କ ସ୍ୱାର୍ଥକୁ ବାରମ୍ବାର କୁଠାରାଘାତ କରି ତୈଳ କମ୍ପାନୀଙ୍କୁ ମୁନାଫା ଯୋଗାଉଛନ୍ତି କେନ୍ଦ୍ର ସରକାର। ଏହାଦ୍ୱାରା ଖଟିଖିଆ, ଗରିବ, ମଧ୍ୟବିତ ପରିବାରମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। କେନ୍ଦ୍ରସରକାରଙ୍କ ବିରୋଧି କାର୍ଯ୍ୟ ଓ ତୈଳଦର ବୃଦ୍ଧିକୁ ବିରୋଧ କରି ଆଜି ଜିଲ୍ଲା ବିଜେଡି ଯୁବ ଛାତ୍ର ମହିଳା ମୋର୍ଚା ପକ୍ଷରୁ ଶହସ୍ରାଧିକ ସଂଖ୍ୟାରେ ବିଜେଡି କର୍ମିମାନେ ହାତରେ ପ୍ଲାକାର୍ଡ ଧରି ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ପେଟ୍ରୋଲ ଟାଙ୍କି ସମ୍ମୁଖରେ ଏକତ୍ରୀତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଆନ୍ଦୋଳନ ଓ ଶୋଭାଯାତ୍ରାରେ ନିରଦ ମିସ୍ତ୍ରୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲି, ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମାରାବା, ପୌର ପରିଷଦ ଉପାଧ୍ୟକ୍ଷ ମନୋଜ କୁମାର ବାରିକ, ବିଜେଡି ନେତା ଗୋପାଳ ପଣ୍ଡା, ଧୁର୍ଯ୍ୟୟ ମାଡକାମି, ପ୍ରଭାକର ପ୍ରଧାନ, ପ୍ରୀତିପାଲ ସିଂ, ସର୍ବ ବିଷୋୟୀ, ଅଜୟଦାସ, ଜଗବନ୍ଧୁ ପଡିଆରୀ, ଡି.ନାଗା, ବାବୁଲା ସାହୁ, ବାଲ୍ୟଖଣ୍ଡ ପାଣି, ସତ୍ୟ ସ୍ୱାଇଁ, ମେଡିଆ ସେଲର ସଦାନନ୍ଦ ଖରା ପ୍ରମୁଖ ଶତାଧିକ ବିଜେଡି ଦଳର ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ। ପୁଲିସ ପ୍ରଶାନ ପକ୍ଷରୁ ଜିଲ୍ଲାସଦର ମହକୁମାଠାରେ କଡା ସୁରକ୍ଷାବ୍ୟବସ୍ଥା କରା ଯାଇଥିଲା।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top