କେନ୍ଦ୍ରର ବିଜେପି ସରକାର ଦ୍ୱାରା ଘୋଷିତ ଧାନର ସହାୟକ ମୂଲ୍ୟର ସାମାନ୍ୟ ବୃଦ୍ଧି ଚାଷୀକୁଳକୁ ଉପହାସ କରିଛି: କଂଗ୍ରେସ

ଭୁବନେଶ୍ୱର ତା ୨୧.୬ (ଓଡ଼ିଆ ପୁଅ)- ପ୍ରଦେଶ କଂଗ୍ରେସ କିଷାନ କ୍ଷେତ ମଜଦୁର କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର ଦ୍ୱାରା ଘୋଷିତ ଧାନର ସହାୟକ ମୂଲ୍ୟର ସାମାନ୍ୟ ବୃଦ୍ଧି ଚାଷୀକୁଳକୁ ଉପହାସ କରିଛି। କ୍ଷମତାକୁ ଆସିଲେ କୃଷି ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ବୃଦ୍ଧି ପ୍ରତିଶ୍ରୁତି ଆଜି ପାଣିରଗାର। ଚାଷୀଙ୍କ ଛାତିରେ ଗୁଳିମାରୁଥିବା ମୋଦି ସରକାରଙ୍କ ଅସଲ ମୁଖା ଖୋଲିଯାଇଛି। ଅନ୍ୟପକ୍ଷରେ ସାଧାରଣ ଚାଷୀ ଏବେ ଜାଣୁଛନ୍ତି ଯେ, ବିଜେଡ଼ି ସରକାର ଗାଲୁ ମାରୁଥିବା ବେଳେ, ବିଜେପି ସରକାର ଗୁଳି ମାରୁଛି। ବିଜେଡ଼ି ସରକାର ଜିଲାପାଳମାନଙ୍କୁ ପ୍ରଭାବିତ କରି ଓଡ଼ିଶାରେ ଚାଷୀ ଆତ୍ମହତ୍ୟା କରିନାହାନ୍ତି ବୋଲି ରିପୋର୍ଟ ଦେଉଥିବାବେଳେ ମୋଦି ସରକାରଙ୍କ ଦ୍ୱାରା ଧାନର ସହାୟକ ମୂଲ୍ୟ କ୍ୟୁଣ୍ଟାଲ ପିଛା ମାତ୍ର ୮୦ ଟଙ୍କା ବୃଦ୍ଧି ଚାଷୀକୂଳକୁ ନିରାଶ କରିଛି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ :

–    ଓଡିଶାରେ ଚାଷୀ କ୍ୟୁଣ୍ଟାଲ ପିଚ୍ଛା ୭୫୪ ଟଙ୍କା କ୍ଷତି ସହିବେ।
–    ଗତ ମାର୍ଚ୍ଚ ୨୫ ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଂଟାଲ ପିଚ୍ଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଗତ ବିଧାନ ସଭାର ସର୍ବସମ୍ମତ ସଂକଳ୍ପ ଗଲା କୁଆଡେ? ବିଜେପି ବିଧାୟକଙ୍କ ଦୋମୁହାଁ ନୀତି କାହିଁକି? ପ୍ରଧାନମନ୍ତ୍ରୀ ଓଡିଶା ବିଧାନସଭା ଗୃହ କମିଟିକୁ ସମୟ ନଦେବା ଓଡ଼ିଆ ଜାତି ପାଇଁ ଅପମାନ ଓ ଏହା ଦୁର୍ଭାଗ୍ୟ ଜନକ।

ଦାବି :
୧.    ବର୍ଷ ତମାମ ନିରନ୍ତର ପ୍ରକ୍ରିୟାରେ ଧାନ କ୍ରୟର ବ୍ୟବସ୍ଥା କରାଯାଉ।
୨.    ଚାଷୀଙ୍କ ସମସ୍ତ ବଳକା ଧାନ ନିର୍ଦ୍ଧାରିତ ସହାୟକ ମୂଲ୍ୟରେ କ୍ରୟ କରାଯାଉ।
୩.    ଧାନ କ୍ରୟ ପାଇଁ ପ୍ରତି ପଂଚାୟତରେ ଧାନ ମଣ୍ଡି ଖୋଲାଯାଉ।
୪.    ଧାନ ଅଭାବୀ ବିକ୍ରିର ପ୍ରତିକାର ପାଇଁ ପ୍ରତି ବ୍ଳକରେ ସ୍କାର୍ଡ ଗଠନ କରାଯାଉ।
୫.    ସହାୟକ ମୂଲ୍ୟଠାରୁ ଧାନ କମ୍ ମୂଲ୍ୟରେ କ୍ରୟ କରୁଥିବା ଅସାଧୁ ସଂସ୍ଥା ଓ ବ୍ୟବସାୟୀଙ୍କ ପ୍ରତି କଠୋର ଦଣ୍ଡ ବିଧାନ କରାଯାଉ।
୬.    ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଟାଲ ପିଚ୍ଛା ୩୦୦୦ ଟଙ୍କାକୁ ବୃଦ୍ଧି କରାଯାଉ ନତୁବା ତୁରନ୍ତ ଚାଷୀଙ୍କୁ ସ୍ୱାମୀନାଥନ କମିଟି ସୁପାରିଷ ଅନୁଯାୟୀ କୃଷି ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ମୂଲ୍ୟ ଦିଆଯାଉ।
୭.    ରାଜ୍ୟ ସରକାର ଚାଷୀଙ୍କୁ କୁଇଂଟାଲ ପିଚ୍ଛା ଧାନ କ୍ରୟ କ୍ଷେତ୍ରରେ ଅତିରିକ୍ତ ୫୦୦ ଟଙ୍କା ସହାୟତା ପ୍ରଦାନ କରନ୍ତୁ।
୮.    ବିନା ସର୍ତ୍ତରେ ଭାଗଚାଷୀଙ୍କଠାରୁ ସମସ୍ତ ଧାନ କ୍ରୟ କରାଯାଉ।

One thought on “କେନ୍ଦ୍ରର ବିଜେପି ସରକାର ଦ୍ୱାରା ଘୋଷିତ ଧାନର ସହାୟକ ମୂଲ୍ୟର ସାମାନ୍ୟ ବୃଦ୍ଧି ଚାଷୀକୁଳକୁ ଉପହାସ କରିଛି: କଂଗ୍ରେସ

  1. Farmers of Odisha demanded bonus on peddy sale from state government and wave out their loan. As no’s of state waved loan and thanks to central government to rise 80 rupees per quintal of peddy.

Leave a Reply

Your email address will not be published. Required fields are marked *