ଓଡ଼ିଶା

କେନ୍ଦ୍ରର ଅମୃତ ଯୋଜନାକୁ ରାଜ୍ୟ ସରକାରଙ୍କ ଟକ୍କର ଭଦ୍ରକ ଜିଲାର ୩ ପୌରାଞ୍ଚଳ ପାଇଁ ୨୦ କୋଟି ଟଙ୍କାର ପାନୀୟଜଳ ଯୋଗାଣ ଯୋଜନା

ଭଦ୍ରକ, ୧୫ା୫ (ଓଡିଆ ପୁଅ / ପ୍ରମୋଦ ରାୟ) : କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଅମୃତ ଯୋଜନାକୁ ଟକ୍କର ଦେବା ସକାଶେ ରାଜ୍ୟ ସରକାର ଭଦ୍ରକ ଜିଲାର ତିନି ଅର୍ବାନ ଏରିଆରେ ଲୋକମାନଙ୍କୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ଲାଗି ୨୦ କୋଟି ୩୧ ଲକ୍ଷ ଟଙ୍କାର ଏକ ପାନୀୟ ଜଳ ଯୋଗାଣ ଯୋଜନା ଆରମ୍ଭ କରିଛନ୍ତି। ଚଳିତବର୍ଷ ଡିସେମ୍ବର ମାସ ସୁଦ୍ଧା ଏହି ଯୋଜନା ସଂପୂର୍ଣ୍ଣ କରାଯିବା ଲକ୍ଷ୍ୟ ନେଇ ଭଦ୍ରକ ଜିଲାର ବାସୁଦେବପୁର, ଚାନ୍ଦବାଲି ଏବଂ ଧାମନଗର ପୌରାଞ୍ଚଳରେ ଆରମ୍ଭ ହୋଇ ଏହି ଯୋଜନା। କେନ୍ଦ୍ର ସରକାର ଭଦ୍ରକ ପୌରପାଳିକାକୁ ଅମୃତ ଯୋଜନାରେ ସାମିଲ କରି ଭଦ୍ରକ ପୌରପାଳିକାରେ ୮୩ କୋଟି ଟଙ୍କା ବ୍ୟୟ ଅଟକଳରେ ପାଇପ୍ ଜଳ ଯୋଗାଣ ଯୋଜନା ଆରମ୍ଭ କରିଥିବାବେଳେ ରାଜ୍ୟ ସରକାର ତାଙ୍କ ନିଜସ୍ୱ ପାଣ୍ଠିରେ ଜିଲାର ଏହି ୩ ସହରାଞ୍ଚଳରେ ଆରମ୍ଭ କରିଛନ୍ତି ପାଇପ୍ ଜଳ ଯୋଗାଣ ଯୋଜନା। ସୂଚନା ଅନୁଯାୟୀ ଭଦ୍ରକ ଜିଲାରେ ରାଜ୍ୟ ସରକାରଙ୍କ ଦ୍ୱାରା ପୌରାଞ୍ଚଳ ମାନ୍ୟତା ପାଇଥିବା ବାସୁଦେବପୁର, ଚାନ୍ଦବାଲି ଏବଂ ବାସୁଦେବପୁରରେ ବସବାସ କରୁଥିବା ଲୋକଙ୍କୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ସକାଶେ ଆରମ୍ଭ କରିଛନ୍ତି ଏହି ଯୋଜନା। ବାସୁଦେବପୁର ପୌରାଞ୍ଚଳରେ ୭ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ମୋଟ ୫ ହଜାର ୪୪୫ ପରିବାରଙ୍କୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖି ଯୋଜନା କାର୍ଯ୍ୟକାରୀ କରାଯାଉଛି। ସେହିଭଳି ଜିଲାର ଅନ୍ୟତମ ଲୁଣା ପ୍ରବଣ ଚାନ୍ଦବାଲି ସହରାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବା ସକାୋ ରାଜ୍ୟ ସରକାର ତାଙ୍କ ନିଜସ୍ୱ ପାଣ୍ଠିରୁ ୫ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ କରିଛନ୍ତି ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଯୋଜନା। ଏଥିରେ ଚାନ୍ଦବାଲି ସହରାଞ୍ଚଳରେ ବସବାସ କରୁଥିବା ୨ ହଜାର ୪୮୬ ପରିବାରଙ୍କୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ସେହିଭଳି ଭଦ୍ରକ ଜିଲାର ଅନ୍ୟତମ ଅର୍ବାନ ବଡି ଧାମନଗରରେ ୭ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଛି ଆଉ ଏକ ବୃହତ ପାନୀୟଜଳ ଯୋଗାଣ ଯୋଜନା। ଏଥିରେ ଧାମନଗର ସହରାଞ୍ଚଳରେ ୪ ହଜାର ୯୩୧ ପରିବାରଙ୍କୁ ଆଗାମୀ ଡିସେମ୍ବର ମାସ ସୁଦ୍ଧା ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ନେଇ ସରକାର ଏହି ଯୋଜନା ଆରମ୍ଭ କରିଥିବା କଥା ଜିଲା ଜନସ୍ୱାସ୍ଥ୍ୟ ଉପଖଣ୍ଡ ଏସ୍ଡିଓ ମନୋରଂଜନ ଜେନା ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top