ଓଡ଼ିଶା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ ଧାନର ଏଫଏକ୍ୟୁ ମାନ କୋହଳ କଲେ କେନ୍ଦ୍ର ସରକାର

– ଏସମ୍ବନ୍ଧରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶନ ପତ୍ର ଲେଖି ଧର୍ମେନ୍ଦ୍ର ପ୍ରଧାନଙ୍କୁ କଲେ ଅବଗତ

ନୂଆଦିଲ୍ଲୀ ଭୁବନେଶ୍ଵର, ୦୭ ଫେବୃଆରୀ (ଓଡ଼ିଆ ପୁଅ) – ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ପ୍ରଭାବିତ ୧୫ ଟି ଜିଲ୍ଲାର ଚାଷୀ ମାନଙ୍କୁ ଧାନ କ୍ରୟ ସମୟରେ ଏଫଏକ୍ୟୁ ନିୟମକୁ କୋହଳ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି। କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ ମନ୍ତ୍ରୀ। ରାମବିଳାସ ପାଶ୍ୱାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଏସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି। ଶ୍ରୀ ପାଶ୍ୱାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ସରକାର କୃଷକ ମାନଙ୍କର ବିକାଶ ପାଇଁ ସଂକଳ୍ପବଦ୍ଧ। କୃଷକ ମାନଙ୍କର ଅସୁବିଧା ସମୟରେ ସେମାନଙ୍କୁ ସାହାଯ୍ୟ କରିବା ସରକାରଙ୍କ ପ୍ରାଥମିକତା।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଓଡିଶାରେ ଅଦିନିଆ ବର୍ଷା ଦ୍ବାରା ପ୍ରଭାବିତ ଜିଲ୍ଲାର ଚାଷୀମାନଙ୍କୁ ଏଫଏକ୍ୟୁ ମାନ କୋହଳ କରି କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ ଯୋଗାଇଦେବା ପାଇଁ ଶ୍ରୀ ପ୍ରଧାନ ଅନେକ ଥର ବିଭାଗୀୟ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ସହିତ ଆଲୋଚନା କରିଥିଲେ। ଏହି ସମ୍ବନ୍ଧରେ ଗତ ଜାନୁଆରୀ ୩ ତାରିଖରେ ଏକ ପତ୍ର ଲେଖି ଶ୍ରୀ ପ୍ରଧାନ ପୁଣି ଏଫଏକ୍ୟୁ ମାନ କୋହଳ କରିବା ପାଇଁ ଅନୁରୋଧ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top