କେନ୍ଦ୍ରମନ୍ତ୍ରୀଙ୍କୁ ବଡଚଣା ବିଜେପି ପକ୍ଷରୁ ସମ୍ବର୍ଦ୍ଧନା

ଯାଜପୁର, ୧୦.୪(ଓଡିଆ ପୁଅ/ଏମ.ରାଉତ): କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଜୁଏଲ ଓରାମଙ୍କ ଯାଜପୁର ଗସ୍ତ ପରିପ୍ରେକ୍ଷୀରେ ବଡଚଣା ବିଜେପି ପକ୍ଷରୁ ଚଣ୍ଡିଖୋଲ ଛକଠାରେ ସମ୍ବର୍ଦ୍ଧନା ଦିଆଯାଇଛି। ରାଜ୍ୟ ବିଜେପି ମୁଖପାତ୍ର ତଥା ବଡଚଣା ବିଜେପି ନେତା ଅମର ନାୟକଙ୍କ ନେତୃତ୍ୱରେ ଜିଲା ସଭାପତି ଗୌତମ ରାୟ ଓ ରାଜ୍ୟ ସମବାୟ ସେଲର ସଂଯୋଜକ ପବିତ୍ର ମୋହନ ଦାଶଙ୍କ ଉପସ୍ଥିତରେ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଉତ୍ସବରେ ବଡଚଣାର ବହୁ ପଞ୍ଚାୟତ ପ୍ରତିନିଧିମାନେ କେନ୍ଦ୍ରମନ୍ତ୍ରୀଙ୍କୁ ବଡଚଣାର ବିଭିନ୍ନ ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ କରିଥିଲେ। ସୋଲର ସରପଞ୍ଚ ନିଳମଣୀ ରାଉତ ସୋଲର ଠାରେ ଆବାସିକ ବିଦ୍ୟାଳୟ ଖୋଲିବା ଓ ଭୂମିହୀନ ଆଦିବାସୀ ମାନଙ୍କୁ ଜମିପଟ୍ଟା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଜ୍ଞାନରଂଜନ ସାହୁ, ସମିତିସଭ୍ୟ ପ୍ରିତମ ନାୟକ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିରଂଜନ ସାହୁଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।(ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *