ad
ଓଡ଼ିଶା

କେନ୍ଦୁଯୋଡା ଗ୍ରାମରେ କିଡନି ରୋଗର ଆତଙ୍କ

ଘଟଗାଁ, ୧୫.୦୫(ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ କେନ୍ଦୁଯୋଡା ଗ୍ରାମ ଗୁଡାସାହିରେ କିଡନୀ ରୋଗର ଆତଙ୍କ ଦେଖାଇଦେଇଛି। ମିଳିଥିବା ସୂଚନା ଅନୁଯାଇ ବର୍ଷକ ମଧ୍ୟରେ ଦୁଇଜଣ କିଡନୀ ରୋଗରେ ପ୍ରାଣ ହରାଇଥିବା ବେଳେ ଏବେ ଗ୍ରାମର ଚାରିଜଣ ଏହି ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି। ଦିନିକୁ ଦିନ ଏହି ରୋଗ ଗ୍ରାମରେ ବ୍ୟପୁଥିବାରୁ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି। ଗ୍ରାମରେ ବସବାସ କରୁଥିବା ଲୋକେ ଆଦିବାସୀ ଗରିବ ଶ୍ରେଣୀର ହୋଇଥିବା କାରଣରୁ ରୋଗର ଚିକିତ୍ସା କରାଇବା ତାଙ୍କ ପକ୍ଷରେ ସମ୍ବବପର ହେଉନାହିଁ। ବହୁବାର ପ୍ରଶାସନ ନିକଟରେ ଗୁହାରୀ କରିବା ପରେ ବି ସାହାର୍ଯ୍ୟର ହାତ ବଢାଇବା ପାଇଁ କେହିବି ରାଜି ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶେଷରେ କୌଣସି ଉପାୟ ନପାଇ ରୋଗରେ ଆକ୍ରାନ୍ତ ହୋଇଥିବା ଲୋକେ ମୃତ୍ୟୁ ସହ ସଂଗ୍ରାମ କରି ବିଛଣାରେ ପଡିରହିଛନ୍ତି। ରୋଗ ବ୍ୟପିବାର୍ ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଗ୍ରାମରେ ଥିବା ନଳକୂପର ପ୍ଲୋରାଇଡ ପାଣି ବ୍ୟବହାର କରି ଏହି ରୋଗ ବ୍ୟପୁଛି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ଦିନକୁ ଦିନ ଏହି ରୋଗ ବ୍ୟାପିବାରୁ ଲୋକମାନେ ଭୟଭିତ ହୋଇ ନଳକୂପର ପାଣି ବ୍ୟବହାର ନକରି ଗ୍ରାମରେ ଥିବା ଏକ ଚୂଆର ପାଣିକୁ ବ୍ୟବହାର କରୁଛନ୍ତି। ଚୂଆପାଣି ବ୍ୟବହାର କରି ମଧ୍ୟ ଅନେକ ରୋଗରେ ଆକ୍ରାନ୍ତ ହେଉଥିବା ଲୋକେ କହିଛନ୍ତି। ଯଦି ଗ୍ରାମର ଏସମସ୍ୟର ସମାଧନ ଶିଘ୍ର ନକରାଯାଏ ତେବେ ଅନେକ ଜୀବନ ଅକାଳରେ ଚାଲିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇପରିନି। ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦୃଢଦାବି କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top