ଓଡ଼ିଶା

କେନ୍ଦୁଝର-ସଡ଼କ ଦୁର୍ଘଟଣା: ବାପା ମୃତ ପୁଅ ଗୁରୁତର

ଭୁବନେଶ୍ୱର/ବଡ଼ବିଲ- ୮ା୧୧-(ଓଡିଆ ପୁଅ/ବିଞ୍ଚିନାରାୟଣ ପତ୍ରୀ) କେନ୍ଦୁଝର ଜିଲା ଯୋଡା ବିଲେଇପଦା ନିକଟରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ଘଟଣା ସ୍ଥଳରେ ବାପର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଥିବା ପୁଅକୁ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ୨୧୫ ନମ୍ବର ଜାତୀୟ ରାଜପଥର ବିଲେଇପଦା- କାଳିଆବେଡ଼ା ରାସ୍ତାର ଟାଟା ସ୍ପଞ୍ଜ ଆଇରନ କାରଖାନାର ମେଟାଲ ଗେଟ୍‌ ସମ୍ମୁଖରେ ଏକ ହାଇଓ୍ଵା ପଛପଟୁ ବାପ ଶରତ ଦାଶ ଓ ତାଙ୍କ ପୁଅ ସୁବ୍ରତ ଦାଶଙ୍କୁ ଧକ୍କା ଦେଇଥିଲା। ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top