କେନ୍ଦୁଝର ରେ ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର ତା ୯.୧୨.୧୭ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାର ବିଭିନ୍ନାଞ୍ଚଳରେ ହାତୀଙ୍କର ଉପଦ୍ରବ ଜାରି ରହିଥିବା ବେଳେ ଶିନିବାର ଅପରାହ୍ନରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ଦୁଖଃଦ ମୃତ୍ୟୁ ହୋଇଛି। ଶନିବାର ସକାଳୁ ସକାଳୁ ୨୯ଟି ବଣୁଆ ହାତୀ ସଦର ରେଞ୍ଜ ଅନ୍ତର୍ଗତ କଦଳିପଶି ଓ କାଳିଆବେଡା ଗ୍ରାମ ମଧ୍ୟକୁ ପଶି ଆସିଥିଲେ। କିନ୍ତୁ ପରବର୍ତ୍ତି ଅବସ୍ଥାରେ ୨୦ ଟି ହାତୀ ପାଖ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ବେଳେ ୯ଟି ହାତୀ କାଲିଆବେଡା ଗାଁ ରେ ରହିଯାଇଥିଲେ। ସହସ୍ରାଧିକ ଲୋକ ହାତୀମାନଙ୍କୁ ତଡୁଥିବା ବେଲେ ଦିନ ପ୍ରାୟ ୩ଟା ସମୟରେ ହାତୀ ଜଗତ ନାଏକ ନାକ ନାମକ ଜଣେ ବ୍ୟକ୍ତିକୁ ଆକ୍ରମଣ କରିଥିଲା। ଫଳରେ ବ୍ୟକ୍ତି ଜଣକଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ। ମୃତ ଜଗତ ନାଏକଙ୍କ ଘର ଛେମୁଣ୍ଡି ବିଲ ବାଲିସାହିରେ ବୋଲି ଜଣା ପଡିଛି।

Leave a Reply

Your email address will not be published. Required fields are marked *