– ବିଭୂତି ଭୂଷଣ ପଟ୍ଟନାୟକ
ହିନ୍ଦୁ ଧର୍ମ ର ବଡ ଠାକୁର ଜଗନ୍ନାଥ ଙ୍କର ଯାତ୍ରା ରଥ ଯାତ୍ରା କୁ ଆଉ ମାତ୍ର ଚାରି ଦିନ ବାକି ଥିବା ବେଳେ, କେନ୍ଦୁଝରରେ ବିଶ୍ୱର ସର୍ବ ବୃହତ ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ମାସର ୧୪ ତାରିଖ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ କେନ୍ଦୁଝର ସହରର ପୁରୁଣା ବଜାର ଠାରେ ଚାଲିବ ବିଶ୍ୱର ସର୍ବ ବୃହତ ରଥ। ଏହି ରଥରେ ବିଜେ ହେବେ ଠାକୁର ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ସହ, ଜଗତର ନାଥ ଜଗନ୍ନାଥ ଓ ଦେବୀ ସୁଭଦ୍ରା।
ଅତୀତରେ କେନ୍ଦୁଝର ଏକ ଗଡଜାତ ରାଜ୍ୟ ଥିଲା। ୧୬୬୧ ଖ୍ରୀଷ୍ଟାଦ୍ଧରେ ଏଠାରେ ବଡ ଦେଉଳ ନିର୍ମିତ ହୋଇ ବିଗ୍ରହମାନ ପ୍ରତିଷ୍ଠା ହେବାପରେ ରଥଯାତ୍ରାର ଶୁଭାରମ୍ଭ ହୋଇଥିଲା। ମାତ୍ର ୧୯୨୯ ପରଠାରୁ ଏହା ବିଶାଳ ରୂପ ନେଇଛି ଓ ସେବେ ଠାରୁ କେନ୍ଦୁଝର ରଥଯାତ୍ରାର ଏକ ସ୍ୱତନ୍ତ୍ର ବୈଶିଷ୍ଟ ରହିଅଛି। କେନ୍ଦୁଝର ରାଜ୍ୟ ର ଶ୍ରୀ ଶ୍ରୀ ବଳଦେବ ଜୀଉ ରାଷ୍ଟ୍ର ଦେବତା ଭାବରେ ଆରାଧିତ ଓ ମନ୍ଦିରର ନାମ ମଧ୍ୟ ଶ୍ରା ଶ୍ରୀ ବଳଦେବ ଜୀଉ ମନ୍ଦିର ହୋଇଥିବା ବେଳେ ରଥର ନାମ କିନ୍ତୁ ନନ୍ଦିଘୋଷ ରଥ। ପବିତ୍ର ରଥ ଯାତ୍ରା ଦିନ ବଡ ଠାକୁର ଶ୍ରୀ ଶ୍ରୀ ବଳବେଦଜୀଉ ସାନ ଭାଇ ଜଗନ୍ନାଥ ଓ ଭଉଣି ଶୁଭଦ୍ରାଙ୍କୁ ସାଙ୍ଗରେ ନେଇ ବିଶାଳ ରଥରେ ରଥାରୁଢ ହୋଇ ଗୁଣ୍ଡିଚା ଯାତ୍ରା କରିଥାନ୍ତି। ଏହି ରଥର ସ୍ୱତନ୍ତ୍ରତା ହେଲା ଏହାର ଉଚତା ୪୦ ହାତ ଓ ଏହା ସହ ଦଧନଉତି ଓ ପତକା ମିଶି ସମୁଦାୟ ତଳ ଠାରୁ ପତକା ପର୍ଯ୍ୟନ୍ତ ଉଚ୍ଚତା ୫୨ ହାତ ହୋଇଥିବା ବେଳେ ଲମ୍ବ ଓ ପ୍ରସ୍ଥ ୨୮ ହାତ ଏବଂ ସିଙ୍ଘାସନ ମଣ୍ଡପ ୧୪ ହାତ ଅଟେ ଓ ଏହି ରଥଟିର ଅଖ ମଧ୍ୟ ୨୨ ହାତରୁ ଅଧିକ, ଆହୁରୀ ମଧ୍ୟ ଏହି ରଥଟି ଶାଳ, ଶାଳମୂଳୀ, ଓ ଧଳା ନାମକ ତିନି ପ୍ରକାରର କାଠରେ ନିର୍ମିତ ହୋଇଥାଏ। ପୃଥିବୀ ପ୍ରସିଦ୍ଧ ପୁରୀର ନନ୍ଧିଘୋଷ ରଥ ଠାରୁ କେନ୍ଦୁଝର ରଥ ୬ ହାତ ଏକ ଚାଖେଣ୍ଡେ ଅଧିକ ଉଟ୍ଟ ଅଟେ ଏବଂ ପତାକା ସହ ଏହା ୫୨ ହାତ ଉଚ। ବିଭିନ୍ନ ରଙ୍ଗର ବସ୍ତ୍ର, ଅଳଙ୍କାର, ଦଶ ଅବତାର ମୂର୍ତ୍ତି ଓ ବିଭିନ୍ନ ଚିତ୍ର ଓ ମୂର୍ତି ଦ୍ୱାରା ରଥଟି ବେଶ ସୁସଜ୍ଜିତ କରା ଯାଇଥାଏ। କେନ୍ଦୁଝର ରଥକୁ ଗବେଷକ ମାନେ ପୃଥିବୀର ବା ବିଶ୍ୱର ସବୁଠାରୁ ଉଚ ରଥ ବୋଲି ଦାବି କରିଛନ୍ତି। ଜିଲ୍ଲାର ବୁଦ୍ଧିଜିବୀ ଓ ଗବେଷକ ମାନେ। ଏହାକୁ ୪୦ ରୁ ଉର୍ଦ୍ଦ ବଢେଇ ନିର୍ମାଣ କରିଥାନ୍ତି।
ପ୍ରସିଦ୍ଧ ରଥ ଯାତ୍ରାରେ କେନ୍ଦୁଝରର ଏହି ବିଶାଳକାୟ ରଥକୁ ଟାଣିବା ପାଇ ପରମ୍ପରା ଅନୁସାରେ ଦରକାର ହେଉଥିବା ଦଉଡି ଶିଆଡି ଲତାରେ ନିର୍ମିତ ହୋଇଥାଏ ଓ ପରମ୍ପରା ଅନୁସାରେ ଜୁଆଙ୍ଗ ଓ ଭୂୟାଁ ମାନେ ଏହି ଦଉଡିକୁ ଯୋଗାଇ ଦେଇଥାନ୍ତି ଯାହାକି ରାଜ୍ୟର ପ୍ରାୟ ଅନ୍ୟ କୌଣସି ଜିଲ୍ଲାରେ ଏହା ଦେଖିବାକୁ ମିଳି ନଥାଏ।।
