ଓଡ଼ିଶା

କେନ୍ଦୁଝର: ରକେଟ ବୋମା ଉଦ୍ଧାର: ଅଞ୍ଚଳବାସୀ ଆତଙ୍କିତ

କେନ୍ଦୁଝର ୨୧.୭.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ସଦର ଥାନାର ଶୁଆକାଟି ମାଇନ୍ସ ଅଞ୍ଚଳରେ ବୋମା ର ଆତଙ୍କ। ଆଜି ଶନିବାର ଶୁଆକାଟି ସ୍ଥିତ ଶିବ ମନ୍ଦିର ନିକଟରେ ବୋହି ଯାଇଥିବା ନାଳ ନିକଟରେ ଏକ କାଠ ବାକ୍ସରେ ଜେଟ୍ ଆକୃତିର କୌଣସି ଜିନିଷ ଥିବା ଦେଖି ଲୋକେ ବୋମା ସନ୍ଦେହରେ ଆତଙ୍କିତ ହୋଇପଡିଛନ୍ତି। ସ୍ଥାନୀୟଲୋକଙ୍କ ପକ୍ଷରୁ ସଦର ଥାନାକୁ ଖବର ଦିଆଯିବା ପରେ ବୋମା ନିଷ୍କ୍ରିୟ ଦଳ ସହ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୋମାଟିକୁ ଉଦ୍ଧର କରି ଏହାର ଯାଞ୍ଚ ଆରମ୍ଭ କରିଛି। କିନ୍ତୁ ବୋମାଟି କେଉଁଠାରୁ କିଭଳିଭାବେ ସେଠାକୁ ଆସିଲା ସେ ସଂପର୍କରେ କାହା ପାଖରେ କୌଣସି ସୂଚନା ନଥିବା ବେଳେ ଅନ୍ଧାରରେ ବାଡି ବୁଲାଉଅଛି ପୋଲିସ। କେହି ଏହାକୁ ମାଓବାଦୀଙ୍କ କାମ ବୋଲି ମଧ୍ୟ କହିବାକୁ ପଛାଉ ନାହାଁନ୍ତି। ତଥାପି ପୋଲିସ ତଦନ୍ତ ଜାରି ରଖିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top