ଓଡ଼ିଶା

କେନ୍ଦୁଝର: ଭଗବାନଙ୍କ ଭରସାରେ ଗର୍ଭବତୀ ମହିଳା: ହୁଲିଡଙ୍ଗା ସାଜିଛି ଏକମାତ୍ର ସାହା

କେନ୍ଦୁଝର ୨୦.୮.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଭୂମି ତଳେ ଖଣିଜ ସଂପଦର ରତ୍ନଭଣ୍ଡାର ଉପରେ ଦୟନୀୟ ସ୍ଥିତିରେ ଏହାର ଅଧିବାସୀ। ଏ ହେଉଛି ଆଦିବାସୀ ବହୁଳ ଅବିଭକ୍ତ କେନ୍ଦୁଝର ଜିଲ୍ଲାର ନିଚ୍ଛକ ଚିତ୍ର। ଫଳରେ ଦେଶ ସ୍ୱାଧୀନ ହେବାର ୭୨ ବର୍ଷ ପରେ ମଧ୍ୟ ଏହି ଧନୀ ଜିଲ୍ଲାର ଛୋଟ ଛୋଟ ପିଲା ପାଠ ପଢିବା ପାଇିଁ ନିଜ ଜୀବନକୁ ବାଜି ଲଗାଉଥିବା ବେଳେ ଗର୍ଭବତୀ ମହିଳାଙ୍କ ଆଜି ବି ଉଛୁଳା ନଦୀରେ ଆମ୍ବୁଲାନ୍ସ ସାଜୁଛି ହୁଲି ଡଙ୍ଗା। କିନ୍ତୁ ଏଭଳି ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ଜିଲ୍ଲା ପ୍ରଶାସନର କିମ୍ବା ରାଜନେତାଙ୍କର ଦୃଷ୍ଟି ପଡି ପାରୁନାହିଁ। ଏହାଠାରୁ ବଳି ଦୁର୍ଭାଗ୍ୟପୁର୍ଣ୍ମ ଘଟଣା ଜିଲ୍ଲାବାସୀଙ୍କ ପାଇିଁ ଆଉ କଣ ବା ଥାଇପାରେ। ଅବଶ୍ୟ ଏପଟେ ଜିଲ୍ଲା ପ୍ରଶାସନ ପରିସଂଖ୍ୟାନ ମାୟାଜାଲର କରିସ୍ମା ଦେଖାଇ ସରକାରଙ୍କ ବିଭିନ୍ନ ଯୋଜନାରେ ପ୍ରଶଂସା ଓ ସାର୍ଟିଫିକେଟ ଗୋଟାଇବାକୁ ପ୍ରାଥମିକତା ଦେବାକୁ ଭୁଲୁ ନାହାଁନ୍ତି। ଅଥଚ ଗର୍ଭବେଦନାରେ ଜର୍ଜରିତ ଜିଲ୍ଲାର ଗର୍ଭବତୀ ପ୍ରସୂତୀଙ୍କ ପାଇଁ ଡାକ୍ତରଖାନା ଯିବାକୁ ବିପଦସଂକୁଳ ଅବସ୍ଥାରେ ହୁଲି ଡଙ୍ଗା ଏକ ମାତ୍ର ମଧ୍ୟମ ପାଲଟିଛି। ତାପୁଣି ବିନା ସୁରକ୍ଷା ବ୍ୟବସ୍ଥାରେ। କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଳକ କରଦାଙ୍ଗି ପଚାଂୟତ ସାପଲାଞ୍ଜି ଗାଁ ହେଉଛି ଏଭଳି ଅପହଞ୍ଚ ଇଲାକା। ଗ୍ରାମର ଚତୁଃପାର୍ଶ୍ୱ ନଦୀ ଓ ପାହାଡ ପରିବେଷ୍ଟିତ ହୋଇ ରହିଅଛି। ଫଳରେ ଗ୍ରାମବାସୀଙ୍କୁ ଏକ ପ୍ରକାର ବନ୍ଦୀ ଜୀବନ କାଟିବାକୁ ପଡୁଛି। ସ୍କୁଲ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭକରି ଗର୍ଭବତୀ ମହିଳା, ରୋଗୀ ସମସ୍ତେ ଜଳବନ୍ଦୀ। ଯେଉଁଥି ପାଇିଁ ଗର୍ଭବତୀ ମହିଳା ଚପଳା ପାତ୍ରଙ୍କୁ ଲୋକମାନେ ଡାକ୍ତରଖାନା ନେବାପାଇଁ ଗାଁ ରୁ ଷ୍ଟ୍ରେଚର ସାହାର୍ଯ୍ୟରେ ନଦୀ କୂଳକୁ ବୋହି ଆଣିବା ପରେ ଡଙ୍ଗା ସାହାର୍ଯ୍ୟରେ ନଦୀ ପାର କରାଉଛନ୍ତି। ଏବଂ ନଦୀ ଅପର ପାର୍ଶ୍ୱରେ ରହିଥିବା ୧୦୨ ଆମ୍ବୁଲାନ୍ସ ସାହାର୍ଯ୍ୟରେ ଗର୍ଭବତୀଙ୍କୁ ପ୍ରସୂତୀ ପାଇଁ ମେଡିକାଲ ନିଆଯିବ। ଏହାକୁ ଆଶାକର୍ମୀ ପୁଷ୍ପା ପାତ୍ର ଅତ୍ୟନ୍ତ ଦୁଖଃ ଦାୟକ ବୋଲି କହିବା ସହ ଏହି ଅବସ୍ଥା ରୋଗୀ ସହ ଅଞ୍ଚଳବାସୀଙ୍କ ପାଇିଁ ଜୀବନମରଣ ସମସ୍ୟା ହୋଇପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top