କେନ୍ଦୁଝର ପୋଲିସ ହାତରେ ୯ ଅନ୍ତଃରାଜ୍ୟ ଡ଼କାୟତ,୫ବନ୍ଧୁକ ଜବତ

କେନ୍ଦୁଝର ପୋଲିସ ହାତରେ ୯ ଅନ୍ତଃରାଜ୍ୟ ଡ଼କାୟତ,୫ବନ୍ଧୁକ ଜବତ
କେନ୍ଦୁଝର୧୫/୧୧(ଓଡ଼ିଆପୁଅ/ସନ୍ତୋଷ ମହାପାତ୍ର)ରାଜ୍ୟରେ ଦିନକୁ ଦିନ ଚୋରି ଡ଼କାୟତି ସଂଖ୍ୟା ବୃଦ୍ଧି ପାଉଛି । ଏହା ସାଙ୍ଗକୁ ହତ୍ୟାକାଣ୍ଡ,ରାହାଜାନି ମଧ୍ୟ ବୃଦ୍ଧି ହେଉଛି । ଏହି ସବୁ ଘଟଣାରେ ରାଜ୍ୟର ବହୂ ଡ଼କାୟତ ସହ ଆନ୍ତଃରାଜ୍ୟ ଡ଼କାୟତ ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ଏହି ଡ଼କାୟତଙ୍କୁ ଧରିବାରେ ରାଜ୍ୟ ପୋଲିସ ବାରମ୍ବାର ତାର ପ୍ରୟାସ ଯାରି ରଖିଛି । ଏଭଳି ଏକ ଆନ୍ତଃରାଜ୍ୟ ଡ଼କାୟତ ଦଳକୁ ଧରିବାରେ କେନ୍ଦୁଝର ପୋଲିସକୁ ବଡ଼ ସଫଳତା ମିଳିଛି । ଏହି ଡ଼କାୟତ ଦଳ ରାଜ୍ୟର ଢେଙ୍କାନାଳ,ଯାଜପୁର,ରାଇରଙ୍ଗପୁର,ମୟୁରଭଞ୍ଜ ଓ ଅନୁଗୁଳ ଜିଲା ସହ ଝାରଖଣ୍ଡ ଆଦି ରାଜ୍ୟ ବାହାରେ ତାଙ୍କ ଆତଙ୍କ ରାଜ ଚଲାଇ ଆସୁଥିଲେ । ମଙ୍ଗଳବାର ଏହି ଡ଼କାୟତି ଦଳ ସଦର ଥାନା ଅର୍ନ୍ତଗତ ଶୁଆକାଠୀ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରେ ଲୁଟ କରିବା ଯୋଜନା କରୁଥିବାବେଳେ ଉକ୍ତ ଅଂଚଳ ଡ଼ଙ୍ଗାପାଣିଠାରେ ସଦର ପୋଲିସ କୋ÷ଣସି ସୁତ୍ରରୁ ଖବରପାଇ ଧରିବାରେ ସଫଳ ହୋଇଥିଲା । ସଦର ପୋଲିସ ଉକ୍ତ ୯ଜଣ ଡ଼କାୟତି ଦଳଙ୍କଠାରୁ ଚାରୋଟି ଦେଶି ପିସ୍ତଲ,ଗୋଟେ କାରବନ ସବ ମାଗାଜିନ,ଦୁଇଟି ତଲବାର,ପାଂଚ ମୋବାଇଲ,ଚାରିଟି ମଟରସାଇକେଲ ସହ ଡ଼କାୟତିରେ ବ୍ୟବହୃତ ବହୁ ସରଞ୍ଜାମ ଜପତ କରିବାରେ ପୋଲିସ ସକ୍ଷମ ହୋଇଥିବା କେନ୍ଦୁଝର ଏସପି ଏକ ସାମ୍ବାଦିକ ସମ୍ମିଳନିରେ ପ୍ରକାଶ କରିଛନ୍ତି । ଏହା ଏହି ଡ଼କାୟତମାନଙ୍କୁ ଜେରା କରିବାରୁ ବହୁ ତଥ୍ୟ ଆସିଥିବାରୁ ଏହାକୁ ନେଇ ତଦନ୍ତ ଜାରିଥିବା କେନ୍ଦୁଝର ଏସପି ରାଜେଶ ପଣ୍ଡିତ ସାମ୍ବାଦିକ ସମ୍ମିଳନିରେ ପ୍ରକାଶ କରିଛନ୍ତି । ସଦର ଥାନା ମଧ୍ୟରେ ଅନୁଷ୍ଠିତ ଏହି ସମ୍ବାଦିକ ସମ୍ମିଳନିରେ ଅନ୍ୟ ମାନଙ୍କ ମଧ୍ୟରେ ସଦର ଏସଡ଼ିପିଓ ଶିହର୍ଷ ମିଶ୍ର,ସଦର ଆଇଆଇସି ସ୍ମୁତିପ୍ରଭା ପ୍ରଧାନ,ଏସଆଇ ବିଜୟ କୁମାର ମଲିକ,ଜିନିଭା ସାମଲ,ତୃପ୍ତିମୟୀ ରାଉତଙ୍କ ସମେତ ବହୁ ପୋଲିସ ଅଧିକାରି ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *