ଓଡ଼ିଶା

କେନ୍ଦୁଝର: ପୃଥକ ପୃଥକ ରାସ୍ତା ଦୁର୍ଘଟଣାରେ ୬ ମୃତ

କେନ୍ଦୁଝର ୨୦.୭.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରରେ ବୁଧବାର ଦିନ ସକାଳ ପ୍ରାୟ ସାଢେ ନଅଟା ବେଳେ ପଳାଶପଙ୍ଗା ନିକଟସ୍ଥ ସ୍ପଞ୍ଜ ଛକ ୨୦ ନମ୍ବର ଜାତୀୟ ରାଜପଥ ଉପରେ ଲୁହାପଥର ବୋଝାଇ ଟ୍ରକ ସହ ଏକ ବାଇକ ମୁହାଁମୁହିଁ ଧକ୍କା ଫଳରେ ଜଣେ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକ ଗୁରୁତର ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସମାନଙ୍କର ପରିଚୟ ଜଣା ପଡିନାହିଁ।

ଅନ୍ୟ ଏକ ଘଟଣାରେ ସକାଳ ପ୍ରାୟ ସାଢେ ଦଶଟା ସମୟରେ ଟାଉନ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ର ସହର ସନ୍ନିକଟ ବଡହଳ ଛକରେ ଛକରେ ଯାତୀବାହୀ ବସ ପାଏଲ ସହ ମୁହାଁମୁହିଁ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି।ମୃତକ ଜଣକ ମୟୁରଭଞ୍ଜ ଜିଲ୍ଲାର ଗୋଡାପଳାଶ ଗ୍ରାମର ରବିନ୍ଦ୍ର ମହାନ୍ତ ବୋଲି ଜଣା ପଡିଛି।

ଅନ୍ୟ ଏକ ଘଟଣାରେ ପଣ୍ଡାପଡା ଥାନା ଅନ୍ତର୍ଗତ ଜୁଙ୍ଗା ଗ୍ରାମ ନିକଟରେ ଏକ ବାଇକ ଭାରସମ୍ୟ ହରାଇ ଗଛରେ ପିଟି ହେବା ଫଳରେ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଜୁଙ୍ଗା ଗ୍ରାମର ପ୍ରଫୁଲ୍ଲ ନାୟକ ବୋଲି ଜଣା ପଡିଛି।

ଅନ୍ୟ ଏକ ଘଟଣାରେ ଘଟଗାଁ ଥାନା ଅନ୍ତର୍ଗତ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ନିକଟସ୍ଥ ଓଭର ବ୍ରିଜ ଉପରୁ ବାଇକରେ ଯାଉଥିବା ୨ଜଣ ଆରୋହୀ ତଳକୁ ଖସିପଡିବାରୁ ଘଟଣାସ୍ଥଳରେ ଜଣଙ୍କର ଓ ଡାକ୍ତରଖାନା ଯାଉଥିବା ବାଟରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଜଣେ ବାଙ୍ଗାଲୁର ର ନବ କିଶୋର ସିଂ ବୋଲି ଜଣା ପଡିଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ। ଦୁର୍ଘଟଣାଟି ଗୁରୁବାର ମଧ୍ୟରାତ୍ର ପରେ ଘଟିଥିବା କୁହାଯାଉଛି। ମାସମାସ ଧରି ଏହି ଓଭର ବ୍ରିଜର କାମ ସରୁ ନଥିବା କରଣରୁ ଯାତାୟତ ଗୁରୁତର ଭାବେ ପ୍ରଭାବିତ ହେବା ସହ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଥିବା ଅଭିଯୋଗ ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top