କେନ୍ଦୁଝର

କେନ୍ଦୁଝର : ନାବାଳିକା ନିର୍ଯାତନା ରୋକିବା ନିମନ୍ତେ ସଚେତନତା ସୃଷ୍ଟି ପାଇଁ ପୋଲିସ ପ୍ରଶାସନର ମିନି ମାରାଥନ

କେନ୍ଦୁଝର, ୦୭.୦୬ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ନାବାଳିକା ଯୌନ ନିର୍ଯାତନା ଓ ଶିଶୁ ନିର୍ଯାତନା ରୋକିବା ପାଇଁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲା ପୋଲିସ୍ ଆନୁକୂଲ୍ୟରେ ଚଳିତ ଜୁନ ମାସ ୭ ତାରିଖ ସକାଳେ ଏକ ମିନି ମାରାଥର ଦୌଡ ଅନୁଷ୍ଠିତ ହୋଇଯାଇଛି। ସକାଳ ଘ୬.୩୦ ମି. ସମୟରେ କେନ୍ଦୁଝର ଷ୍ଟାଡିୟମଠାରେ ଅନୁଷ୍ଠିତ ଏହି ମିନି ମାରାଥନ ଦୌଡକୁ ଶୁଭାରମ୍ଭକରି ଏସ୍.ପି. ଜୟ ନାରାୟଣ ପଙ୍କଜ ନିଜେ ମିନି ମାରାଥନ ଦୌଡରେ ଅଂଶଗ୍ରହଣ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପି.କେ. ପରିଡା, ଡିଏସପି ଡିଆଇବି ଏଚ୍.ସି. ପାଣ୍ଡେ, ସଦର ଏସ୍.ଡି.ପି.ଓ. ଶ୍ରୀହର୍ଷ ମିଶ୍ର, ଡି.ଏସ୍.ପି. ଦିଲ୍ଲିପ୍ କୁମାର ବାଗ୍, ଆର୍.ଆଇ.ଅଫ୍ ପୋଲିସ୍ ବିମଳ ଚନ୍ଦ୍ର ରାଉତ, ଇନସ୍ପେକ୍ଟର ମାନସ କୁମାର ବାରିକ୍, ଟାଉନଥାନା ନିରୀକ୍ଷକ ସୂର୍ଯ୍ୟକାନ୍ତି ଦାଶ, ସବ୍-ଇନସ୍ପେକ୍ଟର ରଞ୍ଜନ କୁମାର ବିଶ୍ୱାଳ ଏବଂ ଉମାକାନ୍ତ ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦସ୍ଥ ଅଧିକାରୀ, କର୍ମଚାରୀ ଛାତ୍ରଛାତ୍ରୀ ତଥା ସମାଜର ବିଭିନ୍ନ ବର୍ଗର ଜନସାଧାରଣ ମିନି ମାରାଥନ ଦୌଡରେ ସାମିଲ୍ ହୋଇଥିଲେ। ମିନି ମାରାଥନ କେନ୍ଦୁଝର ଷ୍ଟାଡିୟମ୍ରୁ ବାହାରି ଥାନା ଛକ, ତହସିଲ ଛକ, କଲେକ୍ଟୋରେଟ୍ ଛକ ଦେଇ କେନ୍ଦୁଝର ଷ୍ଟାଡିୟମଠାରେ ଶେଷ ହୋଇଥିଲା। ସୂଚନାଯୋଗ୍ୟ ଯେ ରାଜ୍ୟରେ ନାବାଳିକା ଯୌନନିର୍ଯାତନା ଓ ଶିଶୁ ନିର୍ଯାତନା ରୋକିବା ପାଇଁ ଜନସଚେତନତା ସୃଷ୍ଟି ନିମନ୍ତେ ପରୀ ରଥ ପରିକ୍ରମା କରୁଥିବାବେଳେ ଗତ ମଇ ୨୮ ତାରିଖ ଠାରୁ ଚଳିତ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସହରାଂଚଳ ଓ ଗ୍ରାମାଂଚଳରେ ପରୀ ରଥ ପରିକ୍ରମା କରି ସଚେତନତାର ବାର୍ତ୍ତା ବାଂଟିଛି। ଏ ସଂପର୍କରେ ଅଧିକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଉକ୍ତ ମିନି ମାରାଥନ ଦୌଡ ଅନୁଷ୍ଠିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top