ଓଡ଼ିଶା

କେନ୍ଦୁଝର ଠାରେ ଜିଲ୍ଲା ସ୍ତରୀୟ ପାରମ୍ପାରିକ ବିହନ ଓ ଜୈବ ବିବିଧତା ମେଳା ଆରମ୍ଭ

କେନ୍ଦୁଝର ୨୫-୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ସହର ସ୍ଥିତ ଗୁଜୁରାଟି ସମାଜ ପ୍ରାଙ୍ଗଣରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ପାରମ୍ପାରିକ ବିହନ ଏ ଜୈବ ବିବିଧତା ମେଳା ମଙ୍ଗଳବାର ସଂଧ୍ୟା ସମୟରେ ଉଦ୍ ଯାପିତ ହୋଇଯାଇଛି। ଏହି ମେଳାରେ କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ, ଦେବଗଡ଼, ଝାରସୁଗଡା ଆଦି ଜିଲ୍ଲାର ଶତାଧିକ ଚାଷୀ ଓ ଏକାଧିକ ସଂଙ୍ଗଠନ ଅଂଶଗ୍ରହଣ କରିଥିଲେ।

ସବୁଜ ବିପ୍ଳବ ନାମରେ ଭାରତ ଭୂମିରେ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣାଯାଇ କୃଷିର ଉତ୍ପାଦନ ବୃଦ୍ଧି ଉଦ୍ଦେଶ୍ୟରେ ହାଇବ୍ରିଡ ବିହନ, ରାସାୟନିକ ସାର ଓ କୀଟ ନାଶକ ବିଷ ପ୍ରୟୋଗ କରିବା ଫଳରେ ଏହାର କୁପ୍ରଭାବ ଲୋକଙ୍କର ସ୍ୱାସ୍ଥ ଓ ପରିବେଶ ଉପରେ ବେଶ ପଡିବା ସହ ପରିବେଶ ଉପରେ ଅପୂରଣୀୟ କ୍ଷତି ମଧ୍ୟ ପହଞ୍ଚାଇଛି। ବର୍ତ୍ତମାନ ପାରମ୍ପାରିକ କୃଷି ବୁଡିବାକୁ ବସିଲାଣି ଓ ସ୍ୱାସ୍ଥ୍ୟକର ଖାଦ୍ୟପ୍ରାଣରେ ଭରପୂରଥିବା ପାରମ୍ପରିକ ଖାଦ୍ୟ ଆଉ ଦେଖିବାକୁ ମିଳୁନାହିଁ। ଜଙ୍ଗଲ ମଧ୍ୟ ଆଦିବାସୀ ଲୋକଙ୍କ ଖାଦ୍ୟର ସ୍ଥାୟୀ ଉତ୍ସ ରୂପେ ବିବେଚନା କରାଯାଏ। ପ୍ରାକୃତିକ ବିପର୍ଯ୍ୟୟ ତଥା ମରୁଡି, ଫସଲହାନୀ ଆଦି ହେଲେ ଲୋକେ ପ୍ରଥମେ ଜଙ୍ଗଲ ଉପରେ ନିର୍ଭର କରନ୍ତି। ଶାଗ ଜାତୀୟ ଖାଦ୍ୟ, ଛତୁ, ଫଳ, ମୂଳ, ଫୁଲ, ଅର୍ଥକାରୀ ଅଣକାଷ୍ଠ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପ୍ରାୟ ୪ ମାସ ଜୀବିକା ନିର୍ବାହ କରନ୍ତି। ଆଉ ଏହି ପାରମ୍ପାରିକ ଖାଦ୍ୟରେ ବିଭିନ୍ନ କିସମର ଭିଟାମିନ ମଧ୍ୟ ପ୍ରଚୁର ପରିମାଣରେ ଭରି ରହିଛି ବୋଲି କହିଛନ୍ତି ଚାଷି ମାଧବି ଲତା ଓଝା, ରବିନ୍ଦ୍ର ହେମ୍ବରମ, ବିଷ୍ଣୁ ଚରଣ ଦେହୂରୀ ଆଦି। ହେଲେ ବିଭିନ୍ନ କାରଣରୁ ପ୍ରାକୃତିକ ଖାଦ୍ୟ ତଥା ଜୈବ ବିବିଧତାରେ ଭରପୁର ଜଙ୍ଗଲ ଏବେ ଧ୍ୱଂସ ପ୍ରାୟ। ଫଳରେ ଚାଷୀମାନଙ୍କର ପାରମ୍ପାରିକ ଚାଷ ବ୍ୟବସ୍ଥା, ପାରମ୍ପାରିକ ବିହନ, ଚାଷ, ସମ୍ବଦ୍ଧିତ ଜ୍ଞାନକୌଶଳ ଉପରେ ଥିବା ଅଧିକାର ଓ ଲୋକଙ୍କର ସ୍ୱାସ୍ଥକର ଖାଦ୍ୟ ବ୍ୟବସ୍ଥା ଏବେ ଘୋର ସଂଙ୍କଟରେ ବୋଲି ମେଳାରେ ମତ ପ୍ରକାଶ ପାଇଥିଲା।

ଏହି ପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଏପରି ମେଳା କୃଷକ ବା ଚାଷିମାନଙ୍କୁ ସେମାନଙ୍କର ଜ୍ଞାନ କୌଶଳ, ଅଭିଜ୍ଞତା, ଓ ପାରମ୍ପାରିକ ବିହନ ଅଦଳ ବଦଳ ସହିତ ଆଧୁନିକ ଚାଷର ଜୈବ ବିବିଧତା ଉପରେ କୁପ୍ରଭାବ ବିଷୟରେ ଆଲୋଚନା ମାଧ୍ୟମରେ ଜ୍ଞାନ ଆହରଣ କରିବାର ସୁଯୋଗ ଆଣି ଦେବ। ଏହା ସହ ପାରମ୍ପାରିକ ବିହନ ଓ ତତ୍ସଂଲଗ୍ନ ଜ୍ଞାନ କୌଶଳର ପୁନଉଦ୍ଧାର ଓ ପ୍ରସାରରେ ସହାୟକ ହେବ ନିଶ୍ଚୟ ବୋଲି କହିଛନ୍ତି ଆଦିବାସୀ ସଂସ୍କୃତି ଗବେଷକ ଦୁଷ୍କର ବାରିକ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top