କେନ୍ଦୁଝର ଜିଲ୍ଲାର ଜିଇଓଟେଗ କର୍ମଚାରୀ ସଂଘର ବୈଠକ

ଘଟଗାଁ, ୭/୯(ଓଡ଼ିଆ ପୁଅ/ଭବାନୀ ପ୍ରସାଦ- କେନ୍ଦୁଝର ଜିଲ୍ଲା ଜିଇଓଟେକ କର୍ମଚାରୀ ସଂଘର ଏକ ବୈଠକ ଘଟଗାଁ ହେଭେନଇନ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ସଂଘର ସଭପତି ପ୍ରତାପ କୁମାର ସେଠୀ, ସମ୍ପାଦକ ଦିପକ କୁମାର ସାହୁ, ଉପସଭପତି ନୁଥୁନ ପାତ୍ର, ଉପସମ୍ପାଦକ ଦିପ୍ତି ରଞ୍ଜନ ମହାନ୍ତ, କୋଷାଧ୍ୟକ୍ଷ ମଳୟ ରଞନ ମହାନ୍ତ, ସାମାଜିକ ଗଣମାଧ୍ୟମ ସଂଯୋଜକ ସତ୍ୟବ୍ରତ ଜେନା ଏବଂ ଜିଲ୍ଲା ସଂଗଠନ ଆଡଭାଇଜର ରାଜେଶ କୁମାର ବିଦ୍ୟାଧରଙ୍କ ସମେତ କେନ୍ଦୁଝର ଜିଲ୍ଲା ସମସ୍ତ ବ୍ଲକର ସଭାପତି, ସମ୍ପାଦକ ଏବଂ କର୍ମଚାରୀଗଣ ଉପସ୍ଥିତ ଥିଲେ। ଓଡିଶା ସରକାରଙ୍କର ପଂଚାୟତ ରାଜ ଓ ପାନୀୟଜଳ ବିଭାଗ ଅଧିନରେ ଜିଓଟେଗ କର୍ମଚାରୀ ମାନେ କାର୍ଯ୍ୟ କରିଥାନ୍ତି। ରାଜ୍ୟର ସମସ୍ତ ଜିଲ୍ଲାର ପ୍ରତି ପଂଚାୟତ ଅଧିନରେ ସରକାରଙ୍କ ଆବାସ ଯୋଜନାରେ ସମ୍ପୁର୍ଣ୍ଣ ସହଯୋଗ ଓ ସେ ସମ୍ବନ୍ଧିୀୟ ସମସ୍ତ କାର୍ଯ୍ୟ ସୁଚାରୁରୁପେ ଏମାନେ ତୁଲାଇ ଆସୁଥିବା ବେଳେ ଏମାନଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଏହି ବୈଠକରେ ସରକାରଙ୍କ ତରଫରୁ ଜିଓଟେକ କର୍ମଚାରୀ ମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା ପାଇଁ ଆଲୋଚନା କରାଯାଇଥିଲା ଯଥା- ଜିଇଓଟେଗ କର୍ମଚାରୀ ମାନଙ୍କୁ ମାସିକ ବେତନ ପ୍ରଦାନ କରିବା, ସରକାରୀ କର୍ମଚାରୀ ଏବଂ ନିଯୁକ୍ତି ଭିତିକ ପ୍ରମାଣ ପତ୍ର ପ୍ରଦାନ କରାଯିବା, ପଂଚାୟତ ମାନଙ୍କରେ ବାହାରୁ ଥିବା ବିଭିନ୍ନ ନିଯୁକ୍ତିରେ ପ୍ରଥମେ ଅଗ୍ରାଧିକାର କରାଯିବା, ଟ୍ୟାଗିଙ୍ଗ ଅଫିସର କରାଯିବା, ପଂଚାୟତର ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟରେ ନିୟୋଜିତ କରାଯିବା, ଜିଇଓଟେଗିଙ୍ଗ କରିବା ଲାଗି ମୋବାଇଲ ଭାଉଚର ଓ ଯାତାୟତ ସକାଶେ ମୋବିଲିଟି ପ୍ରଦାନ କରାଯିବା, ଅନ୍ୟାନ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ଏବଂ କର୍ମଚାରୀ ମାନଙ୍କୁ ସାମଜିକ ସୁରକ୍ଷା ଯୋଗାଇଦିଆଯିବା ପାଇଁ ଦାବି ହୋଇଥିଲା। ଏହି ଦାବି ଗୁଡିକୁ ନେଇ ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗକୁ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା।

Leave a Reply

Your email address will not be published. Required fields are marked *