ଓଡ଼ିଶା

କେନ୍ଦୁଝର ଜିଲ୍ଲାରେ ସ୍କୁଲ ବନ୍ଦ ପଦକ୍ଷେପ ସରକାରଙ୍କ ଶିକ୍ଷା ସଂସ୍କାର କାର୍ଯ୍ୟକ୍ରମ ପ୍ରତି ପ୍ରତାରଣାର ନମୁନା

କେନ୍ଦୁଝର, ତା.୧୪.୮.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ସଂସ୍କାର ଆଣି, ସ୍କୁଲ ଓ ପାଠ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଯୋଜନା ଉପରେ ଯୋଜନା କରୁଛନ୍ତି। କିନ୍ତୁ ଏପଟେ ବିଭାଗୀୟ ଅଧିକାରୀମାନେ ସଂପୂର୍ଣ୍ଣ ବିପରିତ କାମ କରୁଛନ୍ତି। ଇତି ମଧ୍ୟରେ ଜିଲ୍ଲାର ଚମ୍ପୁଆ ଉପଖଣ୍ଡରେ ଛଅଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ନିଷ୍ପତି ଶିକ୍ଷା କ୍ଷେତ୍ରରେ ସରକାରୀ ଯୋଜନାର ସଫଳ ରୂପାୟନରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଓ ଦକ୍ଷତା ଉପରେ ସ୍ୱଭାବିକ ଭାବେ ପ୍ରଶ୍ନ ଚିହ୍ନ ଛିଡା କରାଇଅଛି।

କୋମଳମତି ପିଲାମାନଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରାଇବା ଲାଗି ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ, ମାଗଣା ପାଠ୍ୟ ପୁସ୍ତକ ଠାରୁ ପୋଷାକ ଆଦି ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ପୁଣି ମୋ ସ୍କୁଲ ଯୋଜନା ଓ ସବୁଦିନ ଯିବା ସ୍କୁଲ ଯିବା ଯୋଜନା ଆଦି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଭଳି ପରିସ୍ଥିତରେ ବନ୍ଦ ପ୍ରସ୍ତାବିତ ସ୍କୁଲ ମାନଙ୍କ ପ୍ରତି ଅଧିକରୁ ଅଧିକ ପିଲାଙ୍କୁ ଆକର୍ଷିତ କରାଯାଇ ଉପସ୍ଥାନ ବଢାଇବା ପରିବର୍ତେ ସ୍କୁଲ ବନ୍ଦ ଭଳି ସହଜ ପଦେକ୍ଷପକୁ ଗ୍ରହଣ କରିବା ଦିଗରେ ଅଧିକାରୀମାନଙ୍କର ଦୁର୍ଭାଗ୍ୟପୂର୍ଣ୍ଣ ଆଗ୍ରହକୁ ଶିକ୍ଷାପ୍ରେମୀମାନେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ଏଭଳି ସ୍କୁଲ ବନ୍ଦ ନିଷ୍ପତିରୁ ଦୁରେଇ ରହିବା ଦିଗରେ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଉଛି।

ଇତିମଧ୍ୟରେ ବନ୍ଦ ହେବାକୁ ଥିବା ଚମ୍ପୁଆ ଉପଖଣ୍ଡର ଚମ୍ପୁଆ ବ୍ଲକ ରେଥିବା ୫ଟି ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ୪ଜଣ ଛାତ୍ରଛାତ୍ରୀ ଥିବା ଜଜପଶି ଲକ୍ଷ୍ମୀ ଆଦିବାସୀ ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ସୁନାରିପଶି ପ୍ରାଥମିକ ବିଦ୍ୟାଳୟରେ ୧୦ଜଣ ଛାତ୍ରଛାତ୍ରୀ, କୁସୁମନଳୀ ନୋଡାଲ ପ୍ରଥମିକ ବିଦ୍ୟାଳୟ ରେ ୨ଜଣ, ହୁଦୁରାମପୁରପ୍ରାଥମିକ ବିଦ୍ୟାଳୟ ବିଦ୍ୟାଳୟରେ ୧୨ ଜଣ, ବରପଦା ପ୍ରାଥମିକ ବିଦ୍ୟାଳୟ ରେ ୪ଜଣ ଛାତ୍ରଛାତ୍ରୀ ଏବଂ ଏନ୍.ଏ.ସି. ରେଥିବା ଗୋଟିଏ ମଧ୍ୟରେ ୩ଜଣ ଛାତ୍ରଛାତ୍ରୀଥିବା ମୁକ୍ତବ ପ୍ରାଥମିକ ବିଦ୍ୟାଳୟ ରହିଛି। ବନ୍ଦ ପ୍ରସ୍ତାବିତ ସ୍କୁଲ ଗୁଡିକୁ ନିକଟବର୍ତି ସ୍କୁଲ ସହ ଟ୍ୟାଗ କରାଯିବ ବୋଲି ବ୍ଳକ ଶିକ୍ଷାଧିକାରୀ ଗୋବିନ୍ଦ ନାଏକ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top