ଓଡ଼ିଶା

କେନ୍ଦୁଝର ଘରର କାନ୍ଥ ପଡି ୨ ଶିଶୁ ମୃତ, ମା’ ଓ ଶିଶୁ ଗୁରୁତର

କେନ୍ଦୁଝର, ୧୦/୦୯(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମନୋହରପୁର ମୁଣ୍ଡା ସାହିରେ ଗତକାଲି ରାତିରେ ଲଗାଣ ବର୍ଷା ପ୍ରଭାବରେ ମାଟି କାନ୍ଥ ଖସି ପଡିବାରୁ ଶୋଇଥିବାବେଳେ ୨ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ମା’ ଓ ଶିଶୁ ଗୁରୁତର ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ମନୋହରପୁର ମୁଣ୍ଡାସାହିରେ ରହୁଥିବା ଜଗା ମୁଣ୍ଡାଙ୍କ ଘର କାନ୍ଥ ରାତ୍ର ପ୍ରାୟ ୩ଟା ସମୟରେ ଘରର କାନ୍ଥ ଖସିପଡିଥିଲା। ପ୍ରଚଣ୍ଡ ଶଦ୍ଦ ଶୁଣି ପଡୋଶୀଲୋକମାନେ ୩ଶିଶୁ ଓ ମା’ରୁକ୍ମଣୀଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଗୀତା ମୁଣ୍ଡା(୪) ଏବଂ ପୁଅ ଶ୍ରୀରାମ ମୁଣ୍ଡା(୨)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ମା’ ରୁକ୍ମଣୀ ମୁଣ୍ଡା, ଝିଅ ହେମଲାତା ମୁଣ୍ଡା ଆହତ ହୋଇ ପ୍ରଥମେ ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ଏକ ଘରେ ରୁକ୍ମଣୀଙ୍କ ବଡ ଝିଅ ହେମ ମୁଣ୍ଡା(୮) ଶୋଇଥିବାରୁ ଦୂର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ପଞ୍ଚାତ ପକ୍ଷରୁ ହରିଶ୍ ଚନ୍ଦ୍ର ଯୋଜନାରେ ୪ହଜାର ଟଙ୍କା ଏବଂ ରେଡକ୍ରସ ପକ୍ଷରୁ ୨୦ହଜାର ଟଙ୍କା ଏବଂ ଏଥିସହ ବିଜୁ ପକ୍କାଘର ଯୋଜନାରେ ଏକ ବାସଗୃହ ଯୋଗାଇ ଦିଆଯିବ ବୋଲି ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ପ୍ରକାଶ କରିଛନ୍ତି। ଆହତ ମା ଓ ଝିଅଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top