ଓଡ଼ିଶା

କେନ୍ଦୁଝର : ଓଡିଆ ଭାଷାରେ ନାମ ଫଳକ ଲେଖିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କେନ୍ଦୁଝର ୭-୦୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଓଡିଶା ସରକାରଙ୍କ ନିଷ୍ପତି କ୍ରମେ କେନ୍ଦୁଝର ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ନିଗମ ଏବଂ ଶିକ୍ଷାନୁଷ୍ଠାନମାନଙ୍କରେ ଓଡିଆ ଭାଷାରେ ଓଡିଆ ନାମ ଫଳକ ଲଗାଇବାକୁ ଜିଲ୍ଲାପାଳ ଆଶିଷ ଠାକରେ ଜିଲ୍ଲାର ସମସ୍ତ ବିଭାଗୀୟ କର୍ମକର୍ତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ବେସରକାରୀ ଅନୁଷ୍ଠାନ / ସଂଗଠନ, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ କର୍ପୋରେଟ୍ ସେକ୍ଟର ମଧ୍ୟ ଆଗାମୀ ଏକ ମାସ ମଧ୍ୟରେ ଅନ୍ୟ ଭାଷା ସହ ଓଡିଆ ଭାଷାରେ ନାମ ଫଳକ ଲଗାଇବା ନିମନ୍ତେ ସ୍ୱତଃ ପ୍ରବୃତ ଭାବେ ଆଗେଇ ଆସିବାକୁ କହିଛନ୍ତି। ଚଳିତ ଅପ୍ରେଲ ୪ ତାରିଖ ବୁଧବାର ଦିନ ଦରବାର ହଲଠାରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ ଠାକରେ ରାଜ୍ୟ ସରକାରଙ୍କ ନିଷ୍ପତି ସଂପର୍କରେ ସୂଚନା ଦେଇ ଓଡିଆ ଭାଷାରେ ନାମ ଫଳକ ଲେଖା ଅଭିଯାନକୁ ତ୍ୱରାନ୍ୱିତ କରାଯିବା ସହିତ ଏହାକୁ କଡାକଡି ଭାବେ ପାଳନ କରାଯିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top