ଓଡ଼ିଶା

କେନ୍ଦୁଝର: “ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମରେ ୧୭୬ଟି ପ୍ରକଳ୍ପ ପାଇଁ ୬ କୋଟି ଟଙ୍କା ମଂଜୁର

କେନ୍ଦୁଝର, ତା୨୫.୮.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାର ସଦର ବ୍ଲକ୍ ଅନ୍ତର୍ଗତ ପଦ୍ମପୁରଠାରେ ଚଳିତ ଶନିବାର ଦିନ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏ ସଦର ବ୍ଲକ୍ ର ବିଭିନ୍ନ ପଂଚାୟତର ୧୭୬ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ କୋଟି ଟଙ୍କା ମଂଜୁର କରିଛନ୍ତି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ସଦର ବ୍ଲକ୍ ଅଚଂଳରେ ଜନସାଧାରଣଙ୍କ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପଦ୍ମପୁର ଗ୍ରାମର ଲକ୍ଷ୍ମୀ ପଡ଼ିଆଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ନିମନ୍ତେ ବ୍ୟାପକ ଆୟୋଜନ କରାଯାଇଥିଲା। ରାଜଧାନୀ ଭୁବନେଶ୍ୱରରୁ ପଦ୍ମପୁର ଲକ୍ଷ୍ମୀ ପଡ଼ିଆ ସହିତ ଭିଡିଓ କନ୍ଫରେନ୍ସିଂ ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିଲା। ପ୍ରଥମେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ କୁଶଳ ଜିଜ୍ଞାସା କରିଥିଲେ। ବିଗତ ଦିନରେ କେନ୍ଦୁଝର ସଦର ବ୍ଲକ୍ରେ ସରକାରଙ୍କ ଉଲ୍ଲେଖନୀୟ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ପରେ ପରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପଂଚାୟତର ୧୭୬ଟି ପ୍ରକଳ୍ପ ପାଇଁ ୬ କୋଟି ଟଙ୍କା ମଂଜୁର କରିଥିଲେ। ଏହା ଲୋକମାନଙ୍କର ଟଙ୍କା ଏବଂ ରାଜ୍ୟବାସୀଙ୍କ ଟଙ୍କା ବୋଲି କହିବା ସହିତ ଭଲ ଭାବରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରନ୍ତୁ ଏବଂ ଶୀଘ୍ର ଶେଷ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜନସାଧାରଣଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ। ଲୋକସଭା ସଦସ୍ୟା ଶ୍ରୀମତୀ ଶକୁନ୍ତଳା ଲାଗୁରୀ, କେନ୍ଦୁଝର ବିଧାୟକ ଅଭିରାମ ନାଏକ, ଜିଲ୍ଲାପାଳ ଆଶିଷ ଠାକରେ, ପିଡି ଡିଆର୍ଡିଏ ନୃସିଂହଚରଣ ସ୍ୱାଇଁ, ଆଇଏଏସ୍ ପ୍ରୋବେସନର ସୋମେଶ ଉପାଧ୍ୟାୟ, କେନ୍ଦୁଝର ପଂଚାୟତ ସମିତି ଅଧ୍ୟକ୍ଷା ଲତିକା ଦେହୁରୀ, ସଦର ବିଡିଓ ଆଦିକନ୍ଦ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଜୀବ ବାରିକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ପ୍ରଶାସକ (ବୈଷୟିକ) ମଦନମୋହନ ମାଝୀଙ୍କ ସମେତ ସଦର ବ୍ଲକ୍ର ପଂଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ତଥା ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ। ସଦର ଥାନା ଆଇଆଇସି ଶ୍ରୁତିପ୍ରଭା ପ୍ରଧାନଙ୍କ ନେତୃତ୍ୱରେ ଆରକ୍ଷୀ ବାହିନୀ ଶାନ୍ତିଶୃଙ୍ଖଳା ଦାୟିତ୍ୱ ତୁଲାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top