କେନ୍ଦୁଝର

କେନ୍ଦୁଝର: ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କର ସୁରକ୍ଷା ଓ ନିରାପତା, ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଜିରୋ ଟଲୋରାନ୍ସ ଉପରେ ଗୁରୁତ୍ୱ

କେନ୍ଦୁଝର ତା୧୧.୭.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳନାଧିନ ଆବାସିକ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ଓ ନିରାପତା, ସ୍ୱାସ୍ଥ୍ୟ ଓ ପୋଷଣ ସଂପର୍କିତ ବୈଠକ ଜିଲ୍ଲାପାଳ ଆଶିଷ ଠାକ୍ରେଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଦରବାର ହଲଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ଏବଂ ଅଜିମ୍ ପ୍ରେମଜୀ ଫିଲଆନ୍ଥ୍ରୋପିକ୍ ଇନିସିଆଟିଭ୍ଙ୍କ ମିଳିତ ଆନୁକୂଲ୍ୟରେ ତଥା କେନ୍ଦୁଝର ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଏକାଭିମୁଖୀ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ଠାକ୍ରେ ଏହି ବୈଠକରେ ଉଦବୋଧନ ଦେଇ କହିଥିଲେ ଯେ ଆବାସିକ ବିଦ୍ୟାଳୟମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ନିରାପତା ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ସେମାନଙ୍କୁ କିପରି ଉପଯୁକ୍ତ ସ୍ୱାସ୍ଥ୍ୟସେବା ଓ ପୋଷଣ ଯୋଗାଇ ହେବ ସେଥିପାଇଁ ଏକାଭିମୁଖୀ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଣୁ ବିଭିନ୍ନ ବିଭାଗ ମଧ୍ୟରେ ଯେପରି ଉତମ ସମନ୍ୱୟ ରହିବ ସେଥିପାଇଁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଛାତ୍ରଛାତ୍ରୀମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପୃଷ୍ଟିସାଧନ, ସୁରକ୍ଷା ଓ ନିରାପତାତ୍ତ ନିୟମାବଳୀ, କୈଶର ସ୍ୱାସ୍ଥ୍ୟ ଦିବସ, ରାଷ୍ଟି୍ରୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମାଇକ୍ରୋପ୍ଲାନ ଇତ୍ୟାଦି ପ୍ରସଙ୍ଗ ଉପରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଜିରୋ ଟଲେରାନ୍ସ ଉପରେ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଚମ୍ପୁଆ ଉପଜିଲ୍ଲାପାଳ ପାରୁଲ ପଟ୍ଟାୱରୀ, ସିଡିଏମ୍ଓ ଡ଼ଃ ସ୍ୱପ୍ନେଶ୍ୱର ଗଡନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ ଦାସ, ଜିଲ୍ଲା ଶିକ୍ଷା ନିରୀକ୍ଷକ ମୋଚିରାମ ବଳିଆରସିଂ, ଏନ୍ଏଚ୍ଏମ୍ର ଆର୍ବିଏସ୍କେ ମ୍ୟାନେଜର ବିଜନ କୁମାର ସାହୁ, ଡିପିଏମ୍ ଦିଲ୍ଲୀପ କୁମାର ଦୁବେ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠିର ପ୍ରୋଗ୍ରାମ ମ୍ୟାନେଜର ସୁଶାନ୍ତ କୁମାର ପଣ୍ଡା ଓ ଡ଼ଃ ଚୟନିକା ମିଶ୍ର, ମିଳିତ ଜାତିସଂଖ ଜନସଂଖ୍ୟା ପାଣ୍ଠିର କାର୍ଯ୍ୟକ୍ରମ ଅଧିକାରୀ ରାକେଶ ରାଉତରାୟ ଓ ମୁସ୍କାନ ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ବୈଠକରେ ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ, ସମସ୍ତ ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରୀ, ଆର୍ବିଏସ୍କେର ଡାକ୍ତର, ଏନ୍ଏଚ୍ଏମ୍ର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର, ବ୍ଲକ ଶିକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top