କେନ୍ଦୁଝର

କେନ୍ଦୁଝରର ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ

କେନ୍ଦୁଝର, ୨୩ା୭(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୂ ଶ୍ରୀ ଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଏବଂ ମାତା ସୁଭଦ୍ରାଙ୍କର ପବିତ୍ର ସୁନାବେଶ ରଥରେ ସୋମବର ଦିନ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ଭକ୍ତ ରଥାରୁଢ ଶ୍ରୀଜୀଉମାନଙ୍କର ସୁନାବେଶ ଦର୍ଶନ କରିବାର ଦୂର୍ଲ୍ଲଭ ସୁଯୋଗ ପାଇଥିଲେ। ଏହି ସୁନାବେଶକୁ ସୁଶୃଙ୍ଖଳିତ ଭାବରେ ସମାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମଧ୍ୟାହ୍ନରୁ ଟ୍ରାଫିକ ବନ୍ଦୋବସ୍ତ କରାଯାଇ ଅପରାହ୍ନ ୩ଟାରେ ସୁନାବେଶ ପାଇଁ ଭକ୍ତମାନଙ୍କର ଅପେକ୍ଷାର ଅନ୍ତ ଘଟାଇ ଦର୍ଶନ ନିମନ୍ତେ ସୁଯୋଗ ପ୍ରଦାନ କରାଯାଇଥିଲା। ରଥ ଉପରକୁ କୌଣସି ଭକ୍ତ ଯିବାର ବ୍ୟବସ୍ଥା ନଥିବାବେଳେ ରଥ ଚାରିପଟେ କର୍ଡନ କରାଯାଇ ଦର୍ଶନ ପାଇଁ ସୁଯୋଗ ଦିଆଯାଇଥିଲା। କେନ୍ଦୁଝରର ରାଜନବର୍ଗଙ୍କ ପୃଷ୍ଠପୋଷକତାରେ ସୁନାବେଶ ଶ୍ରୀଜୀଉମାନଙ୍କର ଅନୁଷ୍ଠିତ ହେଉଥିବାବେଳେ ୧୯୬୧ ମସିହାରେ ଶେଷ ଥର ପାଇଁ ଅନୁଷ୍ଠିତ ହୋଇଥିଲା। ୨୦୦୮ ମସିହାରୁ ପୁଣି ଆଉଥରେ ଏହି ସୁନାବେଶ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ କେନ୍ଦୁଝର ଶାଖାର ଲକରରୁ କଡା ସୁରକ୍ଷା ମଧ୍ୟରେ ବଡ ଦାଣ୍ଡକୁ ନିଆଯାଉଥିବାବେଳେ ଠାକୁରଙ୍କର ୬୩ପ୍ରକାରର ସୁନା ଗହଣା ଥିବାବେଳେ ୧୫ ପ୍ରକାରର ଅଳଙ୍କାରରେ ପ୍ରଭୂଙ୍କୁ ଆଭୂଷିତ କରାଯାଇଛି। ବିଶେଷ କରି ଶ୍ରୀ ବଳଭଦ୍ରଙ୍କର ୧୪ଟି ପଥର ଥାଇ ସୁନା ମୁକୁଟ, ଶ୍ରୀ ଜଗନ୍ନାଥଙ୍କର ୧୨ଟି ପଥର ଥାଇ ସୁନା ମୁକୁଟ, ଦେବୀ ସୁଭଦ୍ରାଙ୍କର ୧୨ଟି ପଥର ଥାଇ ସୁନା ମୁକୁଟ, ପାଞ୍ଚଗୋଟି କିଆପଥର ଥାଇ ସୁନା କିରିଟି, ସୁନାର ମରିଚ ହାର, ସାତଗୋଟି ସୁନାର କିରିଟ ଓ ୫ଗୋଟି ସୁନାର କିରିଟ, ୧୬ଟି ଝରା ସହିତ ଜଗନ୍ନାଥ ଓ ବଳଭଦ୍ରଙ୍କ ସୁନାପେଟି, ୧୭ଟି ଝରା ସହିତ ସୁଭଦ୍ରାଙ୍କର ସୁନାପେଟି, ଦୁଇଯୋଡା ସୁନା କୁଣ୍ଡଳ, ୫୬ଟି ମୋହର ଓ ୬୦ଟି କଣ୍ଠି ଥାଇ ଗିରିଗୋଲର ହାର, ୫୧ଟି ରୁଦ୍ରାକ୍ଷ ଥାଇ ସୁନା ରୁଦ୍ରାକ୍ଷ ମାଳ, ୫ଗୋଟି କିଆପତ୍ର, ଏକଯୋଡା କୁଣ୍ଡଳ, ଗୋଟିଏ ରୂପା ମୁକୁଟ, ଚାରିଗୋଟି ରୂପା ହାତ, ଚାରିଗୋଟି ରୂପା ଗୋଡ ଓ ଚାରିଗୋଟି ରୂପା ପୟର ଆଦି ଅଳଙ୍କାର ପ୍ରଭୂମାନଙ୍କୁ ବେଶ ସମୟରେ ସଜ୍ଜିତ କରାଯାଇଛି। ଭକ୍ତମାନଙ୍କର ସୁଶୃଙ୍ଖଳିତ ଦର୍ଶନକୁ ଆଖି ଆଗରେ ରଖି ରଥକୁ ଦର୍ଶକମାନଙ୍କୁ ଯିବାକୁ ବାରଣ କରାଯିବା ସହ ଚାରିପଟେ ବାରିକେଡିଂ କରାଯାଇ ଉଜ୍ଜଳ ଆଲୋକ ବ୍ୟବସ୍ଥା କରାଯାଇଥିଲା। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଶ୍ରୀ ଜୀଉଙ୍କର ୩୪କିଲୋ ୨୬୫ ଗ୍ରାମ ସୁନା ଗଚ୍ଛିତ ରହିଛି। ଏହି ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top