ଓଡ଼ିଶା

କେନ୍ଦୁଝରର ପଣ୍ଡାପଡ଼ାଠାରେ ବିଶାଳ କୁଡ଼ୁମି ସମାବେଶ କୁଡ଼ୁମିମାନଙ୍କୁ ଆଦିମ ଜନଜାତିର ମାନ୍ୟତା ଦେବା ଜରୁରୀ – ପ୍ରଦେଶ କଂଗ୍ରେସ ସଭାପତି

କେନ୍ଦୁଝର ୭ ମଇ (ଓଡ଼ିଆ ପୁଅ) କୃଷି ରାଜ୍ୟ ଅର୍ଥନୀତିର ଚାବିକାଠି। କୃଷି ଓ କୃଷକର ବିକାଶ ନ ହେଲେ ରାଜ୍ୟର ବିକାଶ ଘଟିବା ସମ୍ଭବ ନୁହେଁ। କିନ୍ତୁ ଏଠାରେ ଚାଷୀକୁଳ ସବୁଠାରୁ ଅବହେଳିତ। ବିଶେଷ କରି ଓଡ଼ିଶାର ୮ଟି ଜିଲାରେ ବସବାସ କରୁଥିବା ୨୫ ଲକ୍ଷରୁ ଉର୍ଦ୍ଧ କୁଡୁମି ସମ୍ପ୍ରଦାୟ କୃଷି ଓ ଗୋ ପାଳନ କ୍ଷେତ୍ରରେ ନିୟୋଜିତ ଥାଇ ମଧ୍ୟ ଉପେକ୍ଷିତ। ଏହି ବର୍ଗଙ୍କ ନ୍ୟାର୍ଯ୍ୟ ଦାବି ଓ ବିକାଶ ପ୍ରତି ସରକାର ଦୀର୍ଘ ଦିନ ହେଲା ଅଣଦେଖା କରି ଚାଲିଛନ୍ତି। ପ୍ରକୃତରେ କୁଡୁମି ଜାତି ହେଲେ ଆଦିମ ଜନଜାତି। ଏମାନଙ୍କ ଭାଷା କୁଳମାଲୀ। ତେଣୁ ଏହି ଜାତକୁ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ କରାଯିବା ଏକାନ୍ତ ଜରୁରୀ। ମୁଖ୍ୟମନ୍ତ୍ରୀ ନବୀନ ବାବୁ ୨୦୦୪ ଫେବୃୟାରୀ ୨ ତାରିଖ ଦିନ ମୟୁରଭଞ୍ଜ ଜିଲ୍ଲାର ଯଶିପୁରଠାରେ ଆୟୋଜିତ କୁଡୁମି ଜାତିର ମହା ସମ୍ମିଳନୀରେ ଯୋଗଦେଇ କୁଡୁମିମାନଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦେବାପାଇଁ ଯେଉଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଏବେ ଦୀର୍ଘ ୧୪ ବର୍ଷ ବିତି ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ ନ କରିବା ଏହି ଜାତି ପ୍ରତି ଚରମ ଉପହାସ ବୋଲି ଗତ ୬ ତାରିଖ ଦିନ କେନ୍ଦୁଝର ଜିଲ୍ଲା ପଣ୍ଡାପଡାଠାରେ ଜିଲ୍ଲା କୁଡୁମି ଉନ୍ନୟନ କମିଟିର ଆବାହକ ନିରଞ୍ଜନ ମହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଶାଳ କୁଡୁମି ସମାବେଶର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହା ଅପାରଗତାର ଏକ ପରିଚୟ ବୋଲି କହିଛନ୍ତି। କେନ୍ଦ୍ରରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଆଦିବାସୀ ବିଭାଗ ମନ୍ତ୍ରୀ ଜୁଏଲ ଓରାମଙ୍କର ଏଥିପ୍ରତି ମଧ୍ୟ କେତେ ତତ୍ପରତା ଅଛି ବୋଲି ସେ ପ୍ରଶ୍ୱ କରିଥିଲେ। ସରକାର କାଳବିଳମ୍ବ ନ କରି କୁଡୁମି ସମାଜ ପ୍ରତିି ତତ୍ପରତା ପ୍ରକାଶ କରିବାକୁ ସେ ଯୁକ୍ତି ଉପସ୍ଥାପିତ କରିଥିଲେ। ଏହି ସମ୍ମିଳନୀରେ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି ଯେ ୧୯୫୬ ମସିହା ପୂର୍ବରୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ ଥିବା କୁଡୁମି ସମ୍ପ୍ରଦାୟଙ୍କୁ ଏହି ତାଲିକାରୁ ବାଦ୍ ଦିଆଯିବା ଫଳରେ ରାଜ୍ୟର ଆଦିବାସୀ ବହୁଳ ୮ଟି ଜିଲ୍ଲାରେ ଥିବା ୫ ଲକ୍ଷରୁ ଉର୍ଦ୍ଧ କୁଡୁମି ପରିବାର ସେମାନଙ୍କର ମୌଳିକ ଅଧିକାର ପାଇବାରୁ ବଂଚିତ ହୋଇଛନ୍ତି। ପଡୋଶୀ ପଶ୍ଚିମବଙ୍ଗ ସରକାର ତାଙ୍କ ରାଜ୍ୟରେ କୁଡୁମିମାନଙ୍କ ବିକାଶ ପାଇଁ ସରକାରୀ ସ୍ତରରେ କୁଡୁମି ବିକାଶ ପରିଷଦ ଗଠନ, ଝୁମର ଏକାଡେମୀ ଗଠନ, କୁଡମାଲୀ ଭାଷାକୁ ମାନ୍ୟତା, ଏହି ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଷ କରିଥିବା ବେଳେ ଓଡ଼ିଶା ସରକାରଙ୍କ ଏଥିପ୍ରତି ଦୃଷ୍ଟି ନ ଥିବା କୁଡୁମିମାନଙ୍କ ପ୍ରତି ଚରମ ଅବହେଳା ବୋଲି ସେ କହିଛନ୍ତି। ତେଣୁ ସରକାର ଏହି ବର୍ଗଙ୍କ ହକ୍ ପୂରଣ କରିବା ସହିତ ସେମାନଙ୍କୁ ଜଙ୍ଗଲ ଜମିର ଅଧିକାର ଦେବା ପାଇଁ ସୁବ୍ୟବସ୍ଥା କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top