କେନ୍ଦୁଝରରେ ବେଆଇନ ଗୋରୁ ଚାଲାଣ ହେଉଥିବା ଦୁଇଟି ଟ୍ରକକୁ ଲୋକେ ଧରି ପୋଲିସର ଜିମା ଦେଲେ …

କେନ୍ଦୁଝର ୨୮-୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ସଦର ଥାନାର କାଠବାଉଁଶୁଲି ଗ୍ରାମବାସୀମାନେ ଆଜି ସକାଳୁ ଦୁଇଟି ବେଆଇନ ଗୋରୁ ବୋଝେଇ ଟ୍ରକକୁ ଅଟକ କରି ପୋଲିସର ଜିମା ଦେଇଛନ୍ତି। ଆଜି ସକାଳେ ତିନୋଟି ଟ୍ରକ ବେଆଇନ ଭାବେ ଗୋରୁ ବୋଝେଇ କରି ଗାଁ ରାସ୍ତା ଦେଇ ଦ୍ରୁତ ଗତିରେ ଯାଉଥିବା ବେଳେ ଗାଁ ଲୋକେ ଦୁଇଟି ଟ୍ରକକୁ ଅଟକାଇବାରେ ସକ୍ଷମ ହୋଇଥିବା ବେଳେ ଗୋଟିଏ ଟ୍ରକ ଖସି ପଳାଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଦୁଇଟି ଯାକ ଗାଡିରେ ଗୋଟିଏ ନମ୍ବର ଓଡି ୧୭ କେ – ୦୭୦୮ ରହିଛି। ଗାଁ ଲୋକେ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୋରୁମାନଙ୍କୁ ଉଦ୍ଧାର କରିଛି। ସମୁଦାୟ ୩୨ ଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ଗୋରୁମାନଙ୍କୁ ଗାଁ ର ପାଖ ପଡିଆରେ ରଖାଯାଇଛି ଓ ଗାଁଲୋକେ ଗୋରୁଙ୍କୁ ଖାଇବା ପିଇବା ପାଇଁ ନଡା ଓ ପାଣି ଦେଉଛନ୍ତି।

Leave a Reply

Your email address will not be published. Required fields are marked *