ଓଡ଼ିଶା

କେନ୍ଦୁଝରରେ ପରିବାର ନିୟୋଜନ ଅସ୍ତ୍ରୋପଚାର ନେଲା ଜୀବନ- ମୃତ୍ୟୁ ପରେ ଆତଙ୍କିତ ଅବସ୍ଥାରେ ଅସ୍ତ୍ରୋପଚାର ହୋଇଥିବା ୭ମହିଳା

କେନ୍ଦୁଝର ୧୬ ମଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କ ପକ୍ଷରୁ ପରିବାର ନିୟୋଜନ ବ୍ୟବସ୍ଥା କରାଯାଇଛି। ହେଲେ ସେହି ପରିବାର ନିୟୋଜନ ଅସ୍ତ୍ରୋପଚାର ଏବେ ଭାରି ପଡିଛି ଆଦିବାସୀ ମହିଳାମାନଙ୍କୁ। ଏହି ଅସ୍ତ୍ରୋପଚାରରେ ତୃଟି ଥିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାବେଳେ ଏହି ଅସ୍ତ୍ରୋପଚାର କରିଥିବା ଅନ୍ୟ ୭ଜଣ ମହିଳା ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି। ମୃତକ ମହିଳାଙ୍କ ୬ମାସର ଶିଶୁ ମାକୁ ଝୁରି ଝୁରି ରହିଛି।

ଆଦିବାସୀ ବହୁଳ କେନ୍ଦୁଝର ଝୁମ୍ପୁରା ବ୍ଲକ ଜମିରିଡିହ ଗ୍ରାମଟି ଏକ ଆଦିବାସୀ ବହୁଳ ଗ୍ରାମ। ଏହି ଗ୍ରାମରେ ଆଦିବାସୀଙ୍କ ମଧ୍ୟରେ ସଚେତନତା ଅଭାବରୁ ମହିଳାମାନେ ସଂଖ୍ୟାଧିକ ଛୁଆ ପ୍ରସବ କରିଥାନ୍ତି। କିନ୍ତୁ ସ୍ଥାନୀୟ ଆଶା ଦିଦି ଗ୍ରାମର ୮ଜଣ ମହିଳାଙ୍କୁ ସଚେତନ କରାଇ ଗତ ମାର୍ଚ୍ଚ ୧୫ ତାରିଖରେ ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇବାକୁ ସକ୍ଷମ ହୋଇଥିଲେ। ଅସ୍ତ୍ରୋପଚାର କିଛି ଦିନପରେ ଗ୍ରାମର ମହିଳା ଡିମିରି ମୁଣ୍ଡାଙ୍କ ଅସ୍ତ୍ରୋପଚାର ସ୍ଥାନରୁ ପୁଜ ବାହାରି ପେଟ ଫୁଲିଥିଲା ଓ ସବୁ ସମୟରେ ଦେହର ଅନେକ ଅଂଶ ଝିମ ଝିମ ହେବାକୁ ଲାଗିଲା। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଏହାପରେ ସେ ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ସେଠାରେ ଡାକ୍ତର ଅସ୍ତ୍ରୋପଚାର ସ୍ଥାନ ସଂକ୍ରମଣ ହୋଇଥିବା କହି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇ ନିଜର ଦାୟିତ୍ୱ ସାରିଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛିଦିନ ଚିକିତ୍ସିତ ପରେ ଡିମିରି ଘରକୁ ଫେରିଯାଇଥିବାବେଳେ ତାର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବା ବଦଳରେ ଅଧିକ ବିଗିଡିବାକୁ ଲାଗିଲା। ଶେଷରେ ଡିମିରି ଘରେ ପଡିପଡି ଗତ ଏପ୍ରିଲ ୧୦ ତାରିଖ ଆଖିବୁଜିଥିଲା ବୋଲି କହିଛନ୍ତି ପଡିତାଙ୍କ ଶାଶୁ ଟୁରୀ ମୁଣ୍ଡା। ଭୁଲ ଅସ୍ତ୍ରୋପଚାର ପାଇଁ ଡିମିରିର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏବେ ଡିମରି ୬ମାସର ଶିଶୁ ବେସାହାରା ହୋଇ ନିଜ ଜେଜେମା କୋଳରେ ପଡିରହିଛି। ଏପରିକି ପୃଷ୍ଟିଯୁକ୍ତ ଖାଦ୍ୟ ଅଭାବରୁ ଅଧିକାଂଶ ସମୟ ପେଜ ତୋରାଣୀ ପିଇ ବଂଚି ରହିଛି ବୋଲି ତାର ବାପା ଦାସ ମୁଣ୍ଡା ଓ ଜେଜେମା ଟୁରୀ ମୁଣ୍ଡା କହିଛନ୍ତି। ଡିମିରିର ମୃତ୍ୟୁ ପରେ ଅସ୍ତ୍ରୋପଚାର ହୋଇଥିବା ଅନ୍ୟ ୭ଜଣ ମହିଳା ଏବେ ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଏପରିକି କାଳେ କଣ ହେବ ଆଂଶକାରେ ସେମାନେ କାମଧନ୍ଦା ଛାଡି ଘରେ ବସିରହିଛନ୍ତି ବୋଲି କହିଛନ୍ତି ଅସ୍ତ୍ରୋପଚାର ହୋଇ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଥିବା ମହିଳା ସୋମବାରୀ ମୁଣ୍ଡା ଓ ରମୀ ମୁଣ୍ଡା ଆଦି।

ଏନେଇ କେନ୍ଦୁଝର ସିଡିଏମଓ ସ୍ୱପ୍ନେଶ୍ୱର ପଟ୍ଟନାୟକ ଘଟଣାର ତଦନ୍ତ କରାଇ ଅସ୍ତ୍ରୋପଚାର କରାଣରୁ ମୃତ୍ୟୁ ବରଣ କରିଥିଲେ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୁରଣ ଦେବାକୁ ପ୍ରତିଶୃତି ଦେଇଛନ୍ତି। ଏହାସହ ଅନ୍ୟ ମହିଳା ମାନେ କିପରି ଆତଙ୍କିତ ହେବେ ନାହିଁ ସେନେଇ ସେମାନଙ୍କୁ ସଚେତନ କରିଯିବ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top