କେନ୍ଦୁଝରରେ ଦୁଇଟି ହାଣ୍ଡିଆ ବିକ୍ରୟ ଝୁମ୍ପୁଡିରେ ନିଆଁ ଲଗାଇଲେ ମହିଳା

କେନ୍ଦୁଝର ୧/୯ (ଓଡ଼ିଆ ପୁଅ) କେନ୍ଦୁଝର ସହର ମଧ୍ୟସ୍ଥିତ ଧାଙ୍ଗଡପଡା ସନ୍ନିକଟ ମଶାଣିପଦା ଠାରେ ଅବାଧରେ ହାଣ୍ଡିଆ ବିକ୍ରୟ ହେଉଥିବା ଡାଳପତ୍ରରେ ନିର୍ମିତ ଦୁଇଟି ଝୁମ୍ପୁଡିରେ ସ୍ଥାନୀୟ ଅଞ୍ଚଳର ମହିଳାମାନେ ସଙ୍ଘବଦ୍ଧ ଭାବେ ଆସ ନିଆଁ ଲଗାଇ ପୋଡିଦେଇଛନ୍ତି। ମହିଲାମାନଙ୍କ ଅଭିଯୋଗନୁସାରେ ଏଠାରେ ହାଣ୍ଡିଆ ସହ ଚୋରାରେ ମହୁଲି ମଦ ମଧ୍ୟ ବିକ୍ରୟ  ହୋଇଆସୁଅଛି। ସେମାନଙ୍କ ପରିବାରର ସଦସ୍ୟ ଅନେକ ସମୟରେ ସେଠାରୁ ମଦ୍ୟପାନ କରି ରୋଗାଗ୍ରସ୍ତ ହେଉଛନ୍ତି ଏବଂ ନିଶାସକ୍ତ ଅବସ୍ତାରେ ଗୃହରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ଏହି ବେଆଇନ ହାଣ୍ଡିଆ ଓ ଚୋରାମଦ ବିକ୍ରୟ ଝୁମ୍ପୁଡି ଦ୍ୱୟ ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଖୋଲା ଖୋଲି ଭାବେ ଚାଲିଥିଲେ ମଧ୍ୟ ପ୍ରଶାସନ ସବୁଜାଣିଶୁଣି ଆଖିବୁଜି ବସିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ମୁଖ୍ୟତଃ ଭାବେ ଆଦିବାସୀଙ୍କ ମଧ୍ୟରେ ବହୁଳ ଭାବେ ପ୍ରଚଳନ ଏହି ହାଣ୍ଡିଆ ଚାଉଳରୁ ପ୍ରସ୍ତୁତ ହୋଇଥାଏ ଏବଂ ତା ସହ ନିର୍ଦ୍ଧିଷ୍ଟ ଚେରମୂଳି ମିଶ୍ରଣ ପରେ ସେଥିରେ ନିଶାର ପ୍ରଭାବ ବଢିଥାଏ।

Leave a Reply

Your email address will not be published. Required fields are marked *