କେନ୍ଦୁଝରରେ ଅନ୍ଧ ବିଶ୍ୱାସର କରୁଣ ପରିଣତି: ଚେଙ୍କ ଖାଇ ଦେଢ ବର୍ଷର ଶିଶୁ ପୁତ୍ର ମୃତ

କେନ୍ଦୁଝର ୨୫-୧୨ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ଆଜି ପୁଣି ଦେଖିବାକୁ ମିଳିଛି ଅନ୍ଧ ବିଶ୍ୱାସର କରୁଣ ପରିଣତି। ପେଟ ରୋଗ ଭଲ ନ ହେବାରୁ ଦେଢ ବର୍ଷର ଶିଶୁକୁ ପୁଣି ନିର୍ଦ୍ଧୟ ଭାବରେ ଚେଙ୍କ ଦେଲେ ପରିବାର ଲୋକେ। ହେଲେ ପେଟ ରୋଗ ଭଲ ହେବା ବଦଳରେ ଅଧିକ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ବାଟରେ ରାସେତାରେ ହିଁ ଶିଶୁଟିର ଅତି ଦୟନୀୟ ଅବସ୍ଥାରେ ମୃତ୍ୟୁ ହୋଇଯାାଇଛି।

କେନ୍ଦୁଝର ଜିଲ୍ଲାରେ ଥମିବାର ନାଁ ଧରୁନାହିଁ  ଚେଙ୍କ ଚିକିତ୍ସା। ପଣ୍ଡାପଡା ଥାନା ଅଞ୍ଚଳର ବିନିଦା ଗାଁର ବିରଞ୍ଜି ନାଏକଙ୍କର ଦେଢ ବର୍ଷର ଶିଶୁ ପୁତ୍ର ସନ୍ତୋଷ ନାଏକ ଓରଫ ଶୁକୁ ନାଏକର ପେଟ ବ୍ୟଥା ହବାରୁ ତା’ର ପରିବାର ଲୋକେ ତା’ର ପେଟର ନାହି ମୂଳେ ଏକାଧିକ ଚେଙ୍କ ଦେଇଥିଲେ। ଚେଙ୍କ ଖାଇବା ପରେ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାକୁ ଲାଗିଲା। ଶେଷରେ ଗତକାଲି ଅପରାହ୍ନରେ ପରିବାର ଲୋକେ ଶିଶୁ ପୁତ୍ର ଟିକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଶିଶୁଟି ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେରେ ପହଞ୍ଚିବା ବେଳକୁ ଯନ୍ତ୍ରଣାରେ ଛଟପଟ ହୋଇ ସବୁ ଦିନ ପାଇଁ ଆଖି ବୁଜି ସାରିଥିଲା। ଡାକ୍ତର ତାଙ୍କୁ ଏଠାରେ ମୃତ ଘୋଷଣା କରିଥିଲେ ବା ରିସିବ ଡେଡ୍ କରିଥିଲେ। ଡାକ୍ତର ଚିତ୍ତ ରଞ୍ଜନ ସେଠୀ ମଧ୍ୟ ଏହା ଚେଙ୍କ ଯୋଗୁଁ ମୃତ୍ୟୁ ହୋଇଥିବା କଥା କହିଥିବା ବେଳେ ପୋଲିସ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମୃତ୍ୟୁର କାରଣ ଖୋଜୁଛି।

Leave a Reply

Your email address will not be published. Required fields are marked *