କେନ୍ଦୁଝର:ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ ଆନ୍ଦୋଳନ ଯୋଗୁ ଅଚଳାବସ୍ଥା:ସାଧାରଣ ଲୋକ ହିନସ୍ତା

କେନ୍ଦୁଝର ୮.୭.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଓଡିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର କେନ୍ଦୁଝର ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଚାଲିଥିବା ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ କାର୍ଯ୍ୟାଳୟ ଗୁଡିକରେ ଅଚଳାବସ୍ଥା ଲାଗିରହିଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି। ଜାତିଗତ ପ୍ରମାଣପତ୍ର ଠାରୁ ବାସସ୍ଥାନ ପ୍ରମାଣ ପତ୍ର, ଜମିଜମା ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ ଠପ ହୋଇ ପଡିଛି। ଜିଲ୍ଲାର ସମସ୍ତ ୮୧ଜଣ ଆର.ଆଇ ୪୫ ଜଣ ଏ ଆର ଆଇ ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ସମଗ୍ର ଜିଲ୍ଲାରେ ଏକ ଅସ୍ୱାଭାବିକ ଅବସ୍ଥା ସୃଷ୍ଟି ହୋଇଛି। ଏବେ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର କର୍ମକର୍ତ୍ତା ସମେତ ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କର ଦାବି ଗୁଡିକ ମଧ୍ୟରେ ଦରମାରେ ଗ୍ରେଡ ପେ ୧୯୦୦ରୁ ୨୮୦୦ ଏବଂ ନିୟମିତ ମାସିକ ଗସ୍ତ ଖର୍ଚ ୧୫୦ ରୁ ୩୦୦ ଟଙ୍କା କୁ ବୃଦ୍ଧି, ସହକାରୀ ରାଜସ୍ୱ ନିରାକ୍ଷକଙ୍କ ଦରମା ଶିକ୍ଷାଗତ ଯୋଗ୍ୟତା +୨ ରୁ +୩ କରିବା, ସହକାରୀ ରାଜସ୍ୱ ନିରକ୍ଷକଙ୍କ ଆରଏସପି ୨୦୧୩ ଜାନୁୟାରୀ ୧ ରୁ ୨୦୧୫ ଡିସେମ୍ବର ୩୧ ତାରିଖ ସୁଦ୍ଧା ସମସ୍ତଙ୍କ ପଦୋନ୍ନତି ପଦବୀର ଦରମା ସହ ଆର୍ଥିକ ସୁବିଧା ପ୍ରଦାନ, ୨୦୦୯ ମାର୍ଚ ୨ତାରିଖରୁ ବର୍ଦ୍ଧିତ ଦରମାରେ ଦରମାର ସମୀକରଣ କରି ନୂଆ ଦରମା ପ୍ରଦାନ କରିବା, ରାଜସ୍ୱ ପରଦର୍ଶକଙ୍କର ପଦବୀକୁ ଅତିରିକ୍ତ ତହସିଲଦାର ପଦବୀ କରିବା, ଓଏ ଏସ ପଦୋନ୍ନତି ସମୟରେ ସଂପୃକ୍ତ ବିଭାଗର ୨୦ପ୍ରତିଶତ କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ, ଓଆରଏସ୍ ପଦବୀକୁ ପଦୋନ୍ନତି କ୍ଷେତ୍ରରେ ୬୦ପ୍ରତିଶତ ସଂରକ୍ଷଣ ମିନିଷ୍ଟରିଆଲ ଅଫିସର୍ସଙ୍କ ନ ହୋଇ ଯୋଗ୍ୟତାନୁସାରେ ମେରିଟ ଲିଷ୍ଟ ମୁତାବକ ଟ୪୨୦୦ଙ୍କାର ଗ୍ରେଡ ପେ ଥିବା ରାଜସ୍ୱ କର୍ମଚାରୀଙ୍କୁ ଦିଆଯିବା, ଅନଭିଜ୍ଞ ସେଟେଲମେଟଂ, ଚକବନ୍ଦୀ କର୍ମଚାରୀଙ୍କୁ ଟ୍ରେନିଂ ଦେଇ ମେନ ସୋର୍ସରେ ରାଜସ୍ୱ ପରିଦର୍ଶକ ପଦବୀରେ ନିୟୋଜିତ କରିବ ପାଇିଁ ଆଇନରେ ବ୍ୟବସ୍ଥା ନ ଥାଇ ମଧ୍ୟ ନିଯୁକ୍ତି ଦିଆଯାଉଥିବାରୁ ତାହାକୁ ଖାରଜ କରି ଆରଆଇ ମାନଙ୍କ ମଧ୍ୟରୁ ବରିଷ୍ଟଙ୍କୁ ପଦୋନ୍ନତି ଦିଆଯିବା, ଚୁକ୍ତିଭିତିକ ଆର.ଆଇ ଓ ଏ.ଆର.ଆଇମାନେ ରାଜସ୍ୱ ବିଭାଗରେ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ ତୁଲାଇ ଆସୁଥିବାରୁ ସେମାନଙ୍କୁ ସେକ୍ରେଟାରିଏଟରେ କାର୍ଯ୍ୟରତ ଏ ଏସଓ, ଏଏଲଓଙ୍କ ଭଳିନିୟମିତ କରାଯିବା ଆଦି ରହିଅଛି।

Leave a Reply

Your email address will not be published. Required fields are marked *