ଓଡ଼ିଶା

କେନ୍ଦୁଝର:ମନ୍ତ୍ରୀଙ୍କ ପୁଅ ଗିରଫଦାରୀକୁ ନେଇ ରାଜନୀତି ସରଗରମ:ସନା ଶିବିରରେ ଖୁସିର ଲହରୀ

କେନ୍ଦୁଝର, ୨୧.୯.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଙ୍କ ପୁଅର ହଠାତ୍ ଗିରଫଦାରୀକୁ ନେଇ କେନ୍ଦୁଝର ଜିଲ୍ଲାରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ହୋଇ ପଡିଥିବା ବେଳେ ଏହାର ଅନ୍ତରାଳର ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ଙ୍କର ଜିଲ୍ଲାର ସ୍ୱାଧିନ ବିଧାୟକ ସନାତନ ମହାକୁଡଙ୍କ ପତିଆରା ବଢାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଗୋଟି ଚାଳନାର ଏହା ଅଂଶ ବିଶେଷ ବୋଲି ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ପୂର୍ବରୁ, ଆରମ୍ଭ ଏହି ରାଜନୈତିକ ଖେଳର ଅନ୍ତରାଳେ ଅର୍ଥ ର ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଥିବା କୁହାଯାଉଛି। ବିଧାୟକ ସନାଙ୍କ ସହ ସଂପର୍କରେ, ରହିଥବା ତୃତୀୟ ମହଲା ର ଛାୟାମୁଖ୍ୟମନ୍ତ୍ରୀ ସହ ଯାଜପୁର ଜିଲ୍ଲାର ଜନୈକ ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କ କଟୋରୀର ପ୍ରଭାବଶାଳୀ ସଦସ୍ୟଙ୍କ ଏହା ଏକ ସୁଚିନ୍ତିତ ଯୋଜନାର ଅୟାରମ୍ଭ ମାତ୍ର ବୋଲି ହେଉଥିବା ଚର୍ଚ୍ଚା କୁ ସହଜରେ ଅଣଦେଖା କରାଯାଇପାରୁ ନାହିଁ। ନ ହେଲେ ହୁଏତ ଜିଲ୍ଲାରେ ବିଜେଡି କୁ ଖୋଲା ଟକ୍କର ଦେବାରେ ହେଳା କରୁନଥିବା ସନା ସେନାଙ୍କ କାର୍ଯ୍ୟକଳାପ ସଂପର୍କରେ ଦଳୀୟ କ୍ଷତିରେ ଅତିଷ୍ଠ ଜିଲ୍ଲାର ବିଧାୟକଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପରିଷଦ, ବ୍ଳକ ଆଦିର ଲୋକପ୍ରତିନିଧ, ଦଳୀୟ କର୍ମକର୍ତା ପ୍ରମୁଖ ବିଜେଡି ପ୍ରେମୀ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ବୁଧବାର ଦିନ ଅବଗତ କରି ଫେରିବା ବାଟରୁ ହିଁ ବିନା ପ୍ରମାଣରେ ଦେବାଶିଷଙ୍କୁ ଗିରଫ କରିବାକୁ ପୋଲିସ ସାହସ କରି ନଥାନ୍ତା। ଅନ୍ୟ ଏକ ଗୁରୁତ୍ୱପୁର୍ଣ୍ଣ ହେଉଛି ସନାଙ୍କ ସେନାର କାର୍ଯ୍ୟକଳାପ ସଂପର୍କରେ ମୁଖ୍ୟମନ୍ତ୍ରୀ ଅନୁଶୀଳନ କରି କୌଣସି ନିର୍ଦ୍ଦେଶ ଦେବା ପୂର୍ବରୁ ହ, ିଁ ଆନନ୍ଦପୁର ଅଞ୍ଝଳରେ ପ୍ରଥମ ଦିନରୁ ବିଜେଡି ର ସ୍ଥିତିକୁ ସୁଦୃଢ ରଖିବାରେ ପ୍ରମୁଖ ଅବଦାନ ରହିଥିବା ବଦ୍ରୀଙ୍କ ପୁଅର ଗିରଫଦାରୀ ଯେତିକ ଆଶ୍ଚର୍ଯ୍ୟ ତତୋଧିକ ରହସ୍ୟପୁର୍ଣ୍ଣ ମଧ୍ୟ। ଯାହାକି ମନ୍ତ୍ରୀ ଓ ଦଳୀୟ କର୍ମୀଙ୍କ ମନୋବଳ ହ୍ରାସ କରିବା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ବୋଲି ଖୋଲାଖୋଲି ି ଆଲୋଚନା ହେଉଛି। ଆନନ୍ଦପୁର ଅଞ୍ଝଳରେ ସନା ସେନାକୁ ନିଜର ସ୍ଥିତି ସୁଦୃଢ କରିବା ହେଲେ ଯେ କୌଣସି ମତେ ବିଜେଡି ପାଇିଂ ସମସ୍ୟା ଛିଡା କରାଇବା ଆବଶ୍ୟକ ରହିଛି। ଯାହାର ପ୍ରଭାବ ଜିଲ୍ଲାରେ ଦଳ ଉପରେ ପଡିବା ସହ ବଦ୍ରୀଙ୍କ ମନୋବଳ ହ୍ରାସ ପାଇବାରେ ସହାୟକ ହେବ। ସେହି ଆଧାରରେ ଆରମ୍ଭ କାର୍ଯ୍ୟକ୍ରମ, ଏହି ଘଟଣାରୁ ହିଁ ଶୁଭ ପଡିଥିବା ସଂପର୍କରେ ଉଠିଥିବା ଅଭିଯୋଗର ସତ୍ୟତାକୁ ପୋଲିସର ଏକ ତରଫା କାର୍ଯ୍ୟାନୁଷ୍ଠାନଏକ ପ୍ରକାର ସ୍ପଷ୍ଟ କରିଛି ବୋଲି କୁହାଯାଉଛି। ଯାହାକି ଦେବାଶିଷଙ୍କ ସଂପୃକ୍ତ ନଥିବା ଘଟଣା ଗୁଡିକ ସଂପର୍କରେ ପୋଲିସ ନିର୍ଦ୍ଦିଷ୍ଟ ଭାବେ ଅବଗତ ଥାଇ ମଧ୍ୟ ତାଙ୍କୁ ସେହି ସେହି ଘଟଣାରେ ଜଡିତ କରାଯିବା ହିଁ ତାହାର ଜ୍ଜଳନ୍ତ ଉଦାହରଣ ବୋଲି କୁହାଯଇଛି। ଯେଉଁଥିରୁ ଏକ ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ଗୋଷ୍ଠୀ ସନା ସେନାଙ୍କ ପାଇଂ ଅଟାଂ ଭିଡିଥିବା ବେଳେ ବଦ୍ରୀଙ୍କ ପ୍ରଭାବ ହ୍ରାସ ଉଦ୍ୟମର ଆରମ୍ଭ ଏକ ପ୍ରକାର ସ୍ଫଷ୍ଟ ହୋଇଛି। ଯେଉଁଥିପାଇିଂ ଦେବାଶିଷଙ୍କୁ ଗିରଫ କରିବାକୁ ଏସ.ପି.ଙ୍କୁ ହଠାତ୍ ତତ୍ପର ହେବାକୁ ପଡିଲା। ଏବଂ ପୋଲିସପ୍ରଶାସନକୁ ନିଜ ବିଭାଗର ସ୍ୱଛତା ଦାୟିତ୍ୱବୋଧ ପ୍ରତି ସଂପୁର୍ଣ୍ମ ଆଖିବୁଜି ନିଜର ପାରିବାପଣିଆ ପ୍ରଦର୍ଶନ କରିବାକୁ ଯାଇ ଅଭିଯୋଗର ଲମ୍ବା ତାଲିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବାକୁ ପଡିଲା। ଯାହା ଶେଷ ହେବାର ନାଁ ଧରୁନି। ତେବେ ସନାଙ୍କ ଆକର୍ଷଣରେ ନିଜ ଦଳର ଭବିଷ୍ୟତକୁ ସଙ୍କଟ ମଧ୍ୟକୁ ଠେଲିଦେବାକୁ ପଛାଉ ନଥିବା ହିରୋଙ୍କ ସଂପର୍କରେ ଜିଲ୍ଲାରେ ଚର୍ଚ୍ଚା ଏବେ ଜୋର ଧରିଥିବା ବେଳେ ଏଥିରୁ ଭାରତୀୟ ଜନତା ପର୍ଟି ଫାଇଦା ଉଠାଇବା ଲକ୍ଷ୍ୟରେ ରଖିଛି। ଏବଂ ସନାଙ୍କ ଶିବିରରେ ସ୍ୱଭାବିକ ଖୁସିର ମାହଲ ସୃଷ୍ଟି କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top