କେନ୍ଦୁଝରଠାରେ ମିଳିତ ଅଭିଯୋଗ ଶୁଣାଣିରେ ୨୩୮ ଟି ଅଭିଯୋଗ

କେନ୍ଦୁଝର, ତା ୪.୧୨.୧୭ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଚଳିତ ଡିସେମ୍ବର ୦୪ ତାରିଖ ସୋମବାର ଦିନ ଜିଲ୍ଲାପାଳ ଡ଼ଃ ଏନ୍. ତିରୁମାଲା ନାୟକ ଏବଂ ଏସ୍.ପି. ରାଜେଶ ପଣ୍ଡିତ୍ କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ ଦରବାର ହଲ୍ଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ କରିଛନ୍ତି। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ୍ ୨୩୮ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା ଏବଂ ଏଥି ମଧ୍ୟରୁ ଅଭିଯୋଗ ପ୍ରକୋଷ୍ଠରେ ୧୫୭ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ସମୁଦାୟ ଅଭିଯୋଗ ମଧ୍ୟରୁ ୫୨ ଟି ଅଭିଯୋଗ ଗୋଷ୍ଠୀ ସମସ୍ୟା/ ଗ୍ରାମ୍ୟ ସମସ୍ୟା ମୂଳକ ହୋଇଥିବାବେଳେ ୧୮୬ ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଉପରେ ପର୍ଯ୍ୟବେସିତ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଡି.ଏଫ୍.ଓ. ସନ୍ତୋଷ ଯୋଶି, ଅତିରିକ୍ତ ଜିଲ୍ଳାପାଳ ଡଃ ଭକ୍ତଚରଣ ପ୍ରଧାନ, ପିଡି ଡିଆରଡିଏ ନୃସିଂହ ଚରଣ ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କବିନ୍ଦ୍ର ପ୍ରସାଦ ସାହୁ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଜାତୀୟ ରାଜପଥ-୨୧୫(୨୦) ସନ୍ତୋଷ କୁମାର ନାୟକ, ପିଏ ଆଇଟିଡିଏ କେନ୍ଦୁଝର ସମ୍ବିତ୍ କୁମାର ନାୟକ, କେନ୍ଦୁଝରଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ନିରଞ୍ଜନ ଜେନା, ଡିପିଆରଓ ସଂଜୀବ ବାରିକ, ଆସିଷ୍ଟାଂଟ୍ କଲେକ୍ଟର ସୁଚିସ୍ମିତା ଦାଶଙ୍କ ସମେତ ଜିଲ୍ଲାସ୍ତରୀୟ ଏବଂ ବ୍ଲକ୍ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଜିଲ୍ଲାପାଳ ଡଃ ନାୟକ ୩ ଜଣ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ୪୫ ହଜାର ଟଙ୍କା ମଞ୍ଜୁର କରିଥିଲେ।

Leave a Reply

Your email address will not be published. Required fields are marked *