କେନାଲ ରାସ୍ତାର ଉନ୍ନତିକରଣ ପାଇଁ ଯୁବ ସମାଜସେବୀ ସଙ୍ଗଠନର ଦାବୀପତ୍ର

ତାଳଚେର,୨୩/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବାଙ୍କଧରାଠାରୁ ତାଳଚେର କଲେଜ,ସହର ଦେଇ ବହ୍ଲର ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ ଏବେ ଧୂଳିଧୂଆଁ ରୂପୀ ନର୍କ ପାଲଟିଛି । ଏଥିଯୋଗୁଁ ଛାତ୍ରଛାତ୍ରୀ ଏବଂ ପଥଚାରୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ପଦକ୍ଷେପ ନିଆ ଯାଉନାହିଁ । ତାଳଚେର ସହରର ଏହା ଏକ ପ୍ରମୁଖ ରାସ୍ତା ହୋଇଥିବାବେଳେ ତାଳଚେର ସ୍ୱୟଂଶାସିତ କଲେଜ,ବସଷ୍ଠାଣ୍ଡଏବଂ ଏହାର ଆଖପାଖ ଅଂଚଳବାସୀ ପ୍ରଦୁଷଣ ଜନିତ ସମସ୍ୟା ଭୋଗୁଛନ୍ତି । ସେହିପରି ଭାରୀଯାନର ବ୍ୟାପକ ଚଳପ୍ରଚଳ,ରାସ୍ତାରେ ଆଣ୍ଠୁଏ ଧୂଳି ଯୋଗୁଁ ଦୁର୍ଘଟଣାର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ ଯୁବ ସମାଜସେବୀ ସଙ୍ଗଠନ,ତାଳଚେର ପକ୍ଷରୁ ଏ ସମସ୍ତ ସମସ୍ୟାର ଦୂରିକରଣ ପାଇଁ ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ୨ଚକିଆ ଯାନବାହନ ଯାତାୟତ ପାଇଁ ବାଙ୍କଧରାଠାରୁ କୁକୁଡୁଲା କେନାଲ ପୋଲ ପର୍ଯ୍ୟନ୍ତ କେନାଲ ରାସ୍ତାର ଉନ୍ନତିକରଣ,ଉକ୍ତ ରାସ୍ତାରେ ଆଲୋକୀକରଣ,ପୋଲିସ ପାଟ୍ରୋଲିଙ୍ଗ ବ୍ୟବସ୍ଥା ସହିତ ମୂଖ୍ୟ ରାସ୍ତାର ଉନ୍ନତିକରଣ ନିମନ୍ତେ ସଙ୍ଗଠନ ପକ୍ଷରୁ ଦାବୀ କରାଯାଇଛି । ଆଗାମୀ ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନିଆ ନଗଲେ ସଙ୍ଗଠନ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ସଙ୍ଗଠନ ପକ୍ଷରୁ ସଭାପତି ସ୍ୱାଧୀନ ଥମ୍ବ,ମୂଖ୍ୟ ଆବାହକ ଯଯାତୀ ପଟ୍ଟନାୟକ,ଅନ୍ୟତମ ଆବାହକ ରଙ୍ଗାଧର ନାହାକ,ସାଧାରଣ ସମ୍ପାଦକ ଗିରିଜା ନନ୍ଦନ ସାହୁ,କୋଷାଧ୍ୟକ୍ଷ ଯତୀନ କୁମାର ମହାନ୍ତି,ସୁଜିତ କୁନାର,ବାଦଲ ବେହେରା,ଶକ୍ତି ପ୍ରସାଦ ନନ୍ଦଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଏହି ଦାବୀପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *