ଜିଲ୍ଲା ପରିକ୍ରମା

କେନାଲ ଆଡିରୁ ଯୁବକଙ୍କ ମୃତଦେହ ଉଦ୍ଧାର – ଅଂଶୁଘାତ ଜନିତ ମୃତ୍ୟୂ ହୋଇଥିବା ସନ୍ଦେହ

ଭୋଗରାଇ, ୧୨/୩/୨୦୧୮(ଓଡିଆ ପୁଅ, ରାଧାକାନ୍ତ ପ୍ରଧାନ)ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହେଶପୁର ପଂଚାୟତର ବାଟଗ୍ରାମ-ଭୋଗରାଇ ଲକ୍ ଗେଟ କେନାଲ ବନ୍ଧ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ଆରୁହାବୃତି-୧ ପଂଚାୟତ ଅଲାଳବିନ୍ଧା ଗ୍ରାମର ରାଧାଶ୍ୟାମ ଜେନାଙ୍କ ପୁଅ ପ୍ରଦୀପ ଜେନା(୩୩) ବୋଲି ଜଣା ପଡିଛି। ପ୍ରଦୀପଙ୍କ ମୃତ୍ୟୁ ଅଂଶୁ ଘାତ ଜନିତ ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ଭୋଗରାଇ ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ବାଟଗ୍ରାମ-ଭୋଗରାଇ ଲକ୍ ଗେଟ କେନାଲ ବନ୍ଧର ମହେଶପୁର ଘାଟଠାରୁ ପ୍ରାୟ ୩ଶହ ମିଟର ଦୂର ବନ୍ଧ ତଳ ଚାଷ ଜମି ପାର୍ଶ୍ୱରେ ମୃତ ଦେହଟି ପଡିଥିଲା। ସ୍ଥାନୀୟ ଅଲାଳବିନ୍ଧା ଗ୍ରାମବାସୀଙ୍କ ଠାରୁ ଭୋଗରାଇ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚିଥିଲେ। ପ୍ରଦୀପଙ୍କ ପରିବାର ଲୋକେ ମୃତ ଦେହକୁ ଚିହ୍ନଟ କରିବା ପରେ ପୁଲିସ ମୃତ ଦେହକୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା। ମୃତ ପ୍ରଦୀପଙ୍କ ଭାଇ ଲକ୍ଷ୍ମୀକାନ୍ତଙ୍କ କହିବା ଅନୁଯାୟୀ, ପ୍ରଦୀପ ବାଇତପୁରସ୍ଥିତ ନିଜ ଭିଣୋଇ କାର୍ତିକ ଜେନାଙ୍କ ଘରକୁ ଆସିଥିଲେ। ସେଠାରୁ ଖାଇପିଇ ଘରକୁ ଫେରୁଥିଲେ। ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ କେନାଲ ବନ୍ଧ ପାର୍ଶ୍ୱ ଗଛ ମୂଳକୁ ବିଶ୍ରାମ ପାଇଁ ଯାଉଥିବା ବେଳେ ଅଶୁ ଘାତରେ ସେ ଟଳି ପଡିଥିବା ସନ୍ଦେହ କରାଯାଉଛି। ତାଙ୍କ ସ୍ତ୍ରୀ ରଶ୍ମିତାଙ୍କ କହିବା ମୁତାବକ ଘରୁ ସେ ସୁସ୍ଥ ଭାବରେ ବାହାରି ଯାଇଥିଲେ। ପ୍ରଚଣ୍ଡ ଖରାରେ ତାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ୫ବର୍ଷର ଝିଅ ଓ ୩ବର୍ଷର ପୁଅ ଅଛନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସୂଚନା ଥାଉ କି ଚଳିତ ବର୍ଷ ଏହା ବାଲେଶ୍ୱର ଜିଲ୍ଲାର ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top