କେନାଲରେ ବୁଡ଼ି ତିନି ନାବାଳିକା ମୃତ

ବାରିପଦା ୧୧-୯ (ଓଡ଼ିଆ ପୁଅ/ସନ୍ତୋଷ ବରଜ) କଇଁଫୁଲିଆ ପଞ୍ଚାୟତ ବଡବିଲା ଗ୍ରାମରେ ଅଘଟଣ। ଗାଧୋଇବାକୁ ଯାଇଥିବା ବେଳେ ଗୋଟେ ପରିବାରର ପାଣିରେ ବୁଡି ୩ ମୃତ। ମୃତ ନାବାଳିକା ହେଉଛନ୍ତି ଗୟା ମୁର୍ମୁଙ୍କ ଝିଅ ସରିତା ମୁର୍ମୁ (୧୨) ଓ ଶାନୁ ମୁର୍ମୁଙ୍କ ଦୁଇ ଝିଅ ରାଜଶ୍ରୀ ମୁର୍ମୁ (୧୦), ପାର୍ବତୀ ମୁର୍ମୁ (୦୮)।

ତେବେ ସୂଚନା ଅନୁଯାୟୀ ଘରୁ କେନାଲକୁ ଗାଧୋଇ ଯାଇ ପାଣିରେ ବୁଡି ମୃତ୍ୟୁ ହୋଇଥିଲା। ତେବେ ଗ୍ରାମବାସୀ ଏବଂ ପୋଲିସ ଦ୍ଵାରା ଶବ ଉଦ୍ଧାର କରାଯାଇ ବାରିପଦା ପିଆରଏମ୍ ମେଡିକାଲ କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଗ୍ରାମରେ ଉକ୍ତ ଘଟଣାକୁ ନେଇ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *