କେନାଲରେ ବୁଡିଥିବା ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର,

ହାଟଡ଼ିହି, ୨୪/ ୯ (ଓଡ଼ିଆ ପୁଅ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତର ବଣଆହୁଡି ଗ୍ରାମର ଦୁଇଜଣ ଯୁବକ ମାଛ ଧରିବାକୁ ଯାଇ ଗତକାଲି କେନାଲ ପାଣିରେ ବୁଡି ଯାଇ ଥିବାବେଳେ ଆଜି ସେମାନଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ଗତକାଲି ଦିନ ଦୁଇଟାବେଳୁ ସେମାନେ ନିଖୋଜ ହୋଇଯାିଥବବାବେଳେ ପରିବାର ଲୋକେ ସନ୍ଧ୍ୟାରେ ଜାଣିବାପରେ ଗତକାଲି ରାତିସାରା ଆନନ୍ଦପୁର ଓଡ୍ରାଫ ଟିମ ଓ ହାଟଡିହି ଦମକଳ ବାହିନୀ ପକ୍ଷରୁ ବହୁ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କର ସନ୍ଧାନ ମିଳିପାରି ନଥିଲା। ଆଜି ସକାଳ ୭ାଟାବେଳେ ହାଟଡିହି ଦମକଳ ବାହିନୀ ପକ୍ଷରୁ ପୁନର୍ବାର ଖୋଜାଖୋଜି କରିବାପରେ ଦିନ ୯ଟା ବେଳେ ବୁଡିଯାଇଥିବା ସଞ୍ଜୟ ଜେନା, ଓ ନାଳୁ ଜେନା (୧୬)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ରୋଜଗାରିଆ ପୁଅକୁ ହରାଇ ଦୁଇଟିଯାକ ପରିବାର ଅସହାୟ ହୋଇଯାଇଥିବାରୁ ସେମାନଙ୍କ ପରିବାରକୁ କ୍ଷତିପୁରଣ ଦାବିରେ ଅଶୋକ ଯେନା, ବାବୁଲି ଯେନା, ରବିନ୍ଦ୍ର ଯେନା, ପ୍ରତାପ ଯେନା, ସୁବଳ ଯେନା, ତପୋଧନ ଯେନା, ରାଜକିଶୋର ରାଉତ, କହ୍ନେଇ ରାଉତ, ଚନ୍ଦ୍ରମଣୀ ଯେନା, ଗୋବିନ୍ଦ ଚନ୍ଦ୍ର ସାହୁ, ଜତିନ୍ଦ୍ର ରାଉତ, ସନ୍ତୋଷ ରାଉତ ରବିନ୍ଦ୍ର ସାହୁ, ବିଶ୍ୱନାଥ ଯେନାଙ୍କ ସମେତ ଶତାଧିକ ଗ୍ରାମବାସୀ ଛେନାପଦି ହଦଗଡ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। ଫଳରେ ସକାଳ ୮ଟା ଠାରୁ ଦିନ ୧୧ଟା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା। ସୋସୋ ପୁଲିସ ଓ ସ୍ଥାନୀୟ ସରପଞ୍ଚ ଅନିରୁଦ୍ଧ ବେହେରା ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାପରେ କେନାଲ କାମ କରୁଥିବା କମ୍ପାନୀ କର୍ତ୍ତୁପକ୍ଷଙ୍କୁ ଡକାଇ ସହାୟତା ଦେବାପାଇଁ ରାଜି କରାଇବା ପରେ ରାସ୍ତାରୋକ ହଟିଥିଲା। ପରେ ସୋସୋ ଥାନା ଏସ.ଆଇ ଦୀନଦୟାଲ ମୋଦି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ପୋଷ୍ଟମଟମ ପାଇଁ ପଠାଇଛନ୍ତି।

Leave a Reply

Your email address will not be published. Required fields are marked *