କେଦାର ପୁରରେ ଶିଶୁମହୋସôବ ଓ ପଞ୍ଚାୟତ ସ୍ତରୀୟ ଶିଶୁଦିବସ ପାଳିତ

ଭଦ୍ରକ,୧୪ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକ କେଦାରପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତସ୍ତରୀୟ ଶିଶୁଦିବସ ଓ ଶିଶୁମହୋସôବ ମହାସମାରୋହରେ ପାଳିତ ହୋଇଯାଇଛି । ପଞ୍ଚାୟତ କତ୍ତୃପକ୍ଷ, ପଞ୍ଚାୟତ ସ୍ତରୀୟ ନେତା ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତତ୍ତ୍ୱାବଧାନରେ ଏହି ମହୋସôବ ଅନୁଷ୍ଠିତ ହୋଇଯାଇଛି । ସକାଳ ୧୦ଘଟିକା ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ  ପ୍ରାଙ୍ଗଣରେ କେଦାରପୁର ସରପଞ୍ଚ ଭରତ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ କେଦାରପୁର ସମିତିସଭ୍ୟ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଯୋଗେନ୍ଦ୍ର ଘଡ଼ାଇ ଯୋଗଦେଇ ମହୋସôବକୁ ଉଦ୍ଘାଟନ କରିଥିଲେ । ପରେ ଶ୍ରୀ ଘଡ଼େଇ ତାଙ୍କ ଅଭିଭାଷଣରେ ଶିଶୁ ହସିଲେ ଆମେ ହସିବା  ଆମ ଦେଶ ହସିବ କହିବା ସହିତ ଶିଶୁମାନଙ୍କ ପାଇଁ ପରିବାରବର୍ଗ ଓ ଶିକ୍ଷକଶିକ୍ଷୟତ୍ରୀ ସମସ୍ତେ ଯନôବାନ ହେବାକୁ ପରାମର୍ଶ ଦେଇଥିଲେ ।  ମୁଖ୍ୟବକ୍ତା ଭାବେ କାର୍ତ୍ତିକେଶ୍ୱର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷଚନ୍ଦ୍ର ମହାନ୍ତି ଯୋଗଦେଇ ଏହି ଅଞ୍ଚଳର ଜନସାଧାରଣଙ୍କର ଶିକ୍ଷାକ୍ଷେତ୍ରରେ ଯେଉଁ ସମ୍ମାନ ରହିଛି ତାହାକୁ ବଜାଇ ରଖିବା ପାଇଁ ସମସ୍ତେ ଯନôବାନ ହେବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ନାସୀ ଦାସ, କାର୍ତ୍ତକେଶ୍ୱର ମଧ୍ୟଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ନୃସିଙ୍ଗ ଚରଣ ଜେନା , ଗଞ୍ଜେଇବାଡ଼ି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ୍ ରଉନକ୍ ଅଲ୍ଲି, ଜିତାନଗା ନୋଡ଼ାଲ ଉପ୍ରା.ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସାରଳା ନାୟକ, କେଦାରପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜନ୍ମଜୟ ପଣ୍ଡା, ହରିଶଙ୍କରପୁର ନୋଡ଼ାଲ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶୁଭଶ୍ରୀ ଗୋସ୍ୱାମୀ, ବାଲିବିଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଲୋକ ମହାନ୍ତି, କେଦାରପୁର ନାୟବସରପଞ୍ଚ କୈଶଲ୍ୟା ପାଲ ଯୋଗଦେଇ ଉପସ୍ଥି୍ତ ସମସ୍ତ ସମୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ବହୁମୂଲ୍ୟ ବକ୍ତବ୍ୟରେ ଆପ୍ୟାୟିତ କରିଥିଲେ । ସେହିପରି ଏହି ୧୫ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତିନ୍ନ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି , ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥିମାନେ ମାନପତ୍ର, ଉପଢୌକନ ଦେଇ ପୁରସ୍କୃତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଶିଶୁଦିବସ ବାର୍ତ୍ତାକୁ ସମସ୍ତେ ସଭାରେ ଶୁଣିଥିଲେ ।  ଶିକ୍ଷାବିତ୍ ସରୋଜିନି ଘଡ଼େଇ ଅତିଥିପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କେଦାରପୁର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭରେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ ।  ଏହି ସଭାକୁ ସହକାରୀ ଶିକ୍ଷକ ଧିରେନ୍ଦ୍ର କୁମାର ଦାଶ ଓ ପ୍ରଶାନ୍ତ  ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *