ଓଡ଼ିଶା

କେଦାରନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା: ସମୀକ୍ଷା କଲେ ପୁନଃନିର୍ମାଣ ପ୍ରକଳ୍ପର ଅଗ୍ରଗତି

ନୂଆଦିଲ୍ଲୀ ୭-୧୧ (ଓଡ଼ିଆ ପୁଅ) ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେଦାରନାଥ ଗସ୍ତ କରିଛନ୍ତି। ଐତିହାସିକ କେଦାରନାଥ ମନ୍ଦିରରେ ସେ ପ୍ରାର୍ଥନା କରିଥିଲେ। ସେ ସମଗ୍ର ମନ୍ଦିର ପରିସରକୁ ଚାଲି ଚାଲି ପରିକ୍ରମା କରିଥିଲେ, ଯେଉଁଠାରେ କି ପୁନଃନିର୍ମାଣ କାର୍ଯ୍ୟ ଚାଲୁରହିଛି। କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ବରିଷ୍ଠ ପଦାଧିକାରୀମାନେ ତାଙ୍କୁ ସଂକ୍ଷିପ୍ତରେ ଅବଗତ କରାଇଥିଲେ। ମନ୍ଦିର ପରିସରରେ ଉପସ୍ଥିତ ଥିବା ବିଭିନ୍ନ ବ୍ୟକ୍ତିଙ୍କ ସହ ସେ ସଂକ୍ଷେପରେ ଭାବ ବିନିମୟ କରିଥିଲେ। ୨୦୧୩ର ଭୟଙ୍କର ବନ୍ୟା ଓ ଭୁସ୍କଳନ ଏହି ଅଂଚଳରେ ଅନେକ କ୍ଷୟକ୍ଷତି ଘଟାଇବା ପରେ କେଦାରନାଥ ମନ୍ଦିର ପରିସରରେ ସମ୍ପ୍ରତି ବିକାଶ ଏବଂ ପୁନଃନିର୍ମାଣ କାର୍ଯ୍ୟ ପାଇଁ ବିଶେଷ ଭାବେ ଧ୍ୟାନ ଦିଆଯାଉଛି।

The Prime Minister, Shri Narendra Modi offering prayers at Kedarnath Temple, in Uttarakhand on November 07, 2018.

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top