ଓଡ଼ିଶା

କେଉଁଠି ଆଧାର ଆବଶ୍ୟକ କେଉଁଠି ନୁହେଁ ପଢ଼ନ୍ତୁ …

ଆଧାର ଉପରେ ଜାଣନ୍ତୁ ସୁପ୍ରୀମ କୋର୍ଟର ରାୟ: ୯ ଟି ମୁଖ୍ୟ କଥା ଜାଣିବା ଆବଶ୍ୟକ
ସୁପ୍ରୀମ କୋର୍ଟର ପାଞ୍ଚଜଣ ବିଚାରପତିଙ୍କର ସମ୍ବିଧାନିକ ଖଣ୍ଡପୀଠ ବୁଧବାରଦିନ ଆଧାର ଉପରେ ନିଷ୍ପତି ଶୁଣାଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କର ଅଧ୍ୟକ୍ଷତାରେ ଏହି ଖଣ୍ଡପୀଠ ଆଧାର ଉପରେ ଦେଇଥିବା ରାୟର ସାରାଂଶ …
ପଢ଼ନ୍ତୁ Aadhaar ସମ୍ବନ୍ଧିତ ନିଷ୍ପତିର ୯ ଟି ମୁଖ୍ୟାଂଶ ଯାହା ଆପଣଙ୍କ ଦୈନନ୍ଦିନ ଜୀବନରେ ଜାଣିବା ଆବଶ୍ୟକ
୧- ମୋବାଇଲ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ପାଇଁ ଆଧାର କାର୍ଡର ଆବଶ୍ୟକତା ନାହିଁ।
୨- ଟେଲିକମ କମ୍ପାନୀ, କିମ୍ବା ପ୍ରାଇଭେଟ୍ ବ୍ୟାଙ୍କ ଏବଂ ଅନ୍ୟ ବେସରକାରୀ କମ୍ପାନୀମାନେ ଆଧାର ମାଗିପାରିବେ ନାହିଁ।
୩- ସ୍କୁଲ ଆଡମିଶନ ପାଇଁ ଆଧାର କାର୍ଡର ଅନିବାର୍ଯ୍ୟ ନୁହେଁ।
୪- ସୁପ୍ରୀମ କୋର୍ଟ, ଆଧାର ଅଧିନିୟମର ଧାରା ୫୭ ରଦ୍ଦ କରି କହିଛନ୍ତି। ପ୍ରାଇଭେଟ୍ କମ୍ପନୀଗୁଡ଼ିକ ଆଧାରର ମାଗିପାରିବେ ନାହିଁ।
୫-ସୁପ୍ରୀମ କୋର୍ଟ କହିଲେ କି ଆଧାର କାର୍ଡ ଉପରେ ଆକ୍ରମଣ ସଂବିଧାନ ବିରୁଦ୍ଧରେ ଅଟେ। ଏହାର ଡୁପ୍ଲିକେସିର କୌଣସି ବିପଦ ନାହିଁ। ଆଧାର ସୁରକ୍ଷିତ।
୬- ସୁପ୍ରୀମ କୋର୍ଟ କହିଲେ କି ଆଧାର ଯୋଜନାର ସତ୍ୟାପନ ପାଇଁ ପର୍ଯାପ୍ତ ରକ୍ଷା ପ୍ରଣାଳୀ ଅଛି। ଯେତେ ଶୀଘ୍ର ସମ୍ଭବ ତଥ୍ୟର ସୁରକ୍ଷା ପାଇଁ ମଜଭୁତ ବ୍ୟବସ୍ଥା କରାଯାଉ।
୭- ସୁପ୍ରୀମ କୋର୍ଟର ନିଷ୍ପତି ଅନୁସାର ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଏବଂ ପାନ ଲିଙ୍କ ପାଇଁ ଆଧାର କାର୍ଡ ଅନିବାର୍ଯ୍ୟ ଅଟେ।
୮- ସୁପ୍ରୀମ କୋର୍ଟଙ୍କର ନିଷ୍ପତିର ମୁତାବକ ୟୁଜିସି, ନିଟ ଏବଂ ସିବିଏସ୍ଇ ପରୀକ୍ଷା ପାଇଁ ଆଧାର ଅନିବାର୍ଯ୍ୟ ନୁହେଁ। ବାୟୋମେଟ୍ରିକ ଡାଟା କୋର୍ଟର ଅନୁମତି ବିନା କୌଣସି ମଧ୍ୟ ଏଜେନ୍ସୀ ସହିତ ସେୟାର କରାଯାଇପାରିବ ନାହିଁ।
୯- ସରକାରଙ୍କର ସମସ୍ତ ଲାଭକାରୀ ଯୋଜନା ପାଇଁ ଆଧାର କାର୍ଡ ଅନିବାର୍ଯ୍ୟ ଅଟେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top