ଜଗତସିଂହପୁର

କୃଷ୍ଣାନନ୍ଦପୁର ଠାରେ ଇଦ୍ ପାଳନ

ତିର୍ତ୍ତୋଲ୧୭/୬ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଅଷ୍ଣନନ୍ଦପୁର ପଞ୍ଚାୟତ ମିର୍ ମହଲା ଇଦଗାର ନମାଜ ପଡ଼ିଆରେ ଇଦ୍ ପାଳନ ଅବସରରେ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୌଲାନା ଶେଖ୍ ରିଆଜଙ୍କ ଦ୍ୱାରା ନମାଜ କାର୍ଯ୍ୟକ୍ରମ କରାଯାଇଥିଲା। ମୁସଲିମ ସମ୍ପ୍ରଦାୟର ଏହି ପର୍ବ ୧ ମାସ ଧରି ନିଷ୍ଠାର ସହିତ ଉପବାସ ରହି ଇଦ୍ ପାଳନ କରିଥାଆନ୍ତି। ଗତକାଲି ସନ୍ଧ୍ୟାରେ ଇଦ୍ ଚାନ୍ଦ୍ ଦେଖିଲାପରେ ଉପବାସ ଭାଙ୍ଗି ପରସ୍ପର ମଧ୍ୟରେ ମିଷ୍ଠାନ ଖୁଆଇ ଇଦ୍ ପାଳନ କରାଯାଇଥିଲା। ଏହାପରେ ଜକାତ ଫିତ୍ରାର(ଦାରିଦ୍ର୍ୟ ସେବା) କରାଯିଥିଲା।ଏହି କାର୍ଯ୍ୟକ୍ରମରେ ମହମ୍ମଦ ଅଜମେର ଆଲମ, ଅବଦୁଲ ରସିଦ୍ ଖାଁ, ଶେଖ୍ ଅଫୁଆନ ଅଲ୍ଲି, ଖଲିକୁଜ ଜମ୍ମା, ଶେଖ୍ ମହଜୁଦ୍ ଅଲ୍ଲି, ମହମ୍ମଦ ଇସମାଇଲ୍, ସଲିମ୍ ବକ୍ସଙ୍କ ସମେତ ଶତାଧିକ ମୁସଲମାନ ଭାଇମାନେ ସାମିଲ୍ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top