ଓଡ଼ିଶା

କୃଷ୍ଣାନନ୍ଦପୁର ଗୁଳିକାଣ୍ଡ ଘଟଣାରେ ଥାନାରେ ୧ ଅଟକ

ତିର୍ତ୍ତୋଲ୧୭/୬ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଞ୍ଚାୟତ ବସନ୍ତଛକ ଠାରେ ଗତ ୧୫ ତାରିଖ ରାତି ୮ଟା ବେଳେ ଗୁଳିକାଣ୍ଡ ଘଟିଥିଲା।ଏହି ଗୁଳିକାଣ୍ଡରେ ସଫି ଔଷଧ ଦୋକାନ ମାଲିକ ଅବୁ ସୋଫିଆନ ଆହତ ହୋଇଥିଲେ। କଟକ ବଡ଼ମେଡ଼ିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରିବାପରେ ଆଜି ବଜାର କମିଟି ଡ଼କାଯାଇ ଅବୁ ସୋଫିଆନ କୁଷ୍ଣାନନ୍ଦପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଏହି ଗୁଳିକାଣ୍ଡ ରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ନାମ ଅଭିଯୋଗରେ ଦର୍ଶାଇନଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଗତକାଲି ତାଳବରେଇ ଗ୍ରାମର ଶେଖ୍ ମୁବାରକ ଅଲ୍ଲି ଖାଁନ ଅଭିଯୋଗ ପରେ ପୋଲିସ ଜଣେ ଯୁବକକୁ ଗତକାଲି ରାତି ୭ ଟାବେଳେ ଉଠାଇଆଣି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବିଶେଷ ସୁତ୍ରରୁ ଜଣାପଡ଼ିଛି। ତିର୍ତ୍ତୋଲ ପୋଲିସ ମାମଲା ୧୫୨, ୧୫୩/୧୮ ରୁଜ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top